ଫିରିଙ୍ଗିଆରେ ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ, ପୋଡ଼ିଲେ ଥାନା…ଏସଡିପିଓଙ୍କୁ କଲେ ଆକ୍ରମଣ…

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ । ଥାନା ପୋଡ଼ିଦେଲେ ଗଞ୍ଜେଇ ମାଫିଆ । ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ ଲଗାଇ ଦେଇଛନ୍ତି । ଏସଡିପିଓଙ୍କୁ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ ଆକ୍ରମଣ କରିଛନ୍ତି ଗଞ୍ଜେଇ ମାଫିଆ । ଏସଡିପିଓଙ୍କୁ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଥରମାଡ଼ ଓ ଥାନାରେ ଭଙ୍ଗାରୁଜା କରିବା ସହ ସିଜ୍‌ ହୋଇଥିବା ଗାଡ଼ି ଓ ବନ୍ଧୁକ ଗଞ୍ଜେଇ ମାଫିଆ ଲୁଟିନେଇଥିବା ସୂଚନା ମିଳିଛି । ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭେଇ । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରିରହିଛି । ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି ଫୁଲବାଣୀ ଏସପି । ଯେଉଁମାନେ ଏଭଳି କାମ କରିଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଘଟଣା ପରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି ।