କୁଆଡେ ଗଲା ହାଇଦର ? ଡିସିପି ଅଫିସରେ ସିପିଙ୍କ ମିଟିଂ

How Police Nabbed Gangster Hyder From Hyderabad

ଭୁବନେଶ୍ବର: ରାଜ୍ୟ ପୋଲିସର ନିଦ ହଜାଇଦେଇଛି ହାଇଦର । କଟକ ଡିସିପି ଅଫିସରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି ପୋଲିସ କମିଶନର । ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପରେ ଧରିବା ପାଇଁ ଚଢ଼ାଉ ଜୋରଦାର କରିଛି ରାଜ୍ୟ ପୋଲିସ। କଟକ ସହରର ସମସ୍ତ ସୀମାକୁ ସିଲ୍ କରାଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ କରୁଛି ପୋଲିସ । ହାଇଦରର ବିଭିନ୍ନ ଆଡ୍ଡା ଉପରେ ପୋଲିସର ଚଢ଼ାଉ ଆରମ୍ଭ ହୋଇଯାଇଛି । ହାଇଦର ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ଆଡ୍ଡା ଉପରେ ମଧ୍ୟ ଚଢ଼ାଉ ଜାରି ରଖିଛି ପୋଲିସ ।

ସେପଟେ କଟକ ଡିସିପିଙ୍କ ସମେତ ୩ ଏସପିଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି । ବିଭିନ୍ନ ସ୍ଥାନକୁ ନାକାବନ୍ଦୀ କରି ପୋଲିସ ଚଢାଉ ଜୋରଦାର କରିଛି । ପେରାର ହୋଇଥିବା ହାଇଦର ନିଶା ଦେଇଥିବା ସୁରକ୍ଷାକର୍ମୀଙ୍କ ବର୍ତ୍ତମାନ ମଧ୍ୟ ଜାରି ରହିଛି ଚିକିତ୍ସା । ତାଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ହାତରେ ବନ୍ଧୁକ ଥିଲା । ତାଙ୍କୁ ପ୍ରଥମେ କାଜୁଆଲିଟି ଓ ପରେ ପୁରୁଣା ମେଡିସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ ଗ୍ୟାଙ୍ଗଷ୍ଟାର ହାଇଦର ଗୁରୁତର ଅସୁସ୍ଥ ହୋଇ କଟକ ଏସସିବିର ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିଲା । ସୁରକ୍ଷା ଦାୟିତ୍ବରେ ଜଣେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । କିନ୍ତୁ କୌଳଶକ୍ରମେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଫେରାର ମାରିଥିବା ସୂଚନା ମିଳିଛି । 12 ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲା ହାଇଦର । ଖଣି ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ହାଇଦର ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡାକାଲରୁ ଏସସିବି ଅଣାଯାଇଥିଲା । ସୁଲେମାନ ହତ୍ୟାକାଣ୍ଡରେ ମଧ୍ୟ ଦଣ୍ଡ ଭୋଗୁଥିଲା ହାଇଦର ।

Leave a Reply