spot_img

Latest Posts

ସାବଧାନ! ଯୁକ୍ତ ଦୁଇ ପରୀକ୍ଷା ଫଳ ନେଇ ବଜାରରେ ବୁଲୁଛି ମିଛ ନୋଟିସ

ନନ୍ଦିଘୋଷ ବ୍ୟୁରୋ: ସାବଧାନ! ଯୁକ୍ତ ଦୁଇ ପରୀକ୍ଷା ଫଳ ନେଇ ବଜାରରେ ବୁଲୁଛି ମିଛ ନୋଟିସ। ମେ ମାସ ୬ ତାରିଖରେ ପରୀକ୍ଷା ଫଳ ପ୍ରକାଶ ହେବା ନେଇ ସୋସିଆଲ ମିଡିଆରୁ ଏକ ବିଜ୍ଞପ୍ତିର ସୂଚନା ପାଇଛି CHSE। ଯାହାକୁ CHSE ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ମିଛ ଚିଠି। ତେଣୁ ଉପରେ ବିଶ୍ୱାସ କରନ୍ତୁ ନାହିଁ।  ଏବେ ଖାତାଦେଖା ସରିଛି। ଏଥର ଖରା ଯୋଗୁଁ ସାମାନ୍ୟ ବିଳମ୍ବରେ ଖାତାଦେଖା ଶେଷ ହୋଇଛି। ପୂର୍ବରୁ ଯେଉଁ ମେ ୧୫ରେ ପରୀକ୍ଷା ଫଳ ପ୍ରକାଶ ପାଇଁ ଟାର୍ଗେଟ କରାଯାଇଥିଲା, ତାହା ହେବନି। କେବେ ଫଳାଫଳ ପ୍ରକାଶ ପାଇବ, ତାହା ଏବେ କହି ହେବ ନାହିଁ। ମୂଲ୍ୟାୟନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟ ରହିଛି। ୧୪୮ଟି ଜୋନରୁ ଅନଲାଇନରେ ମାର୍କ ଆସି ଯାଇଛି। ଦୁଇ ଦିନ ଭିତରେ ଅଫଲାଇନ ମାର୍କ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯିବ। ଏଥର କପିରେ ବୁକିଂ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଫଳାଫଳ ପାଇଁ ଚାରି ମାସ ଅପେକ୍ଷା କରିବାକୁ ପଡ଼ିବନି। ଚଳିତ ଥର ଯୁକ୍ତ ଦୁଇରେ ୪୨୯ ଜଣ କପି କରି ଧରା ପଡ଼ିଥିଲେ। ସେମାନଙ୍କୁ ଏକ୍ସପର୍ଟଙ୍କ ଦ୍ୱାରା କାଉନସେଲିଂ କରାଯିବା ସହ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଥିଲା। ଯେଉଁଥିରୁ ଜଣା ପଡିଲା ଯେ, ୩୭୨ ଜଣ କପି କରି ନାହାନ୍ତି। ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ହେଲେ ବାକି  ୫୭ ଜଣ କପି କରିଛନ୍ତି। ଯେଉଁ ମାନଙ୍କୁ ଆସନ୍ତା ବର୍ଷ ପୁଣି ଥରେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ପଡିବ ବୋଲି କହିଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ।

Latest Posts

Don't Miss