କାଲିଠୁ ବ୍ୟାଙ୍କରେ ବଦଳିବାକୁ ଯାଉଛି ଏହି ନିୟମ, ପଢ଼ନ୍ତୁ କଣ ମିଳିବ ସୁବିଧା

1 min read

ମୁମ୍ବାଇ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ସୋମବାର ଠାରୁ ଅର୍ଥାତ୍ ୧୬ ଡିସେମ୍ବରରୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଆରବିଆଇ ସୂଚନା ଅନୁଯାୟୀ, ଆସନ୍ତାକାଲି ଠାରୁ NEFT ଜରିଆରେ ଟଙ୍କା ପଠାଇବା ସୁବିଧା ୨୪ ଘଣ୍ଟିଆ ମିଳିବ । ସପ୍ତାହକୁ ୭ ଦିନ ୨୪ ଘଣ୍ଟା, ଛୁଟି ଦିନରେ ବି ଆପଣ ବିନା ଦ୍ୱିଧାରେ ଟଙ୍କା ଦେଣନେଣ କରିପାରିବେ । ଗୋଟିଏ ଥରରେ NEFT ମାଧ୍ୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନଲାଇନ୍ ଟ୍ରାନ୍ସଫର କରିହେବ ।ପୂର୍ବରୁ NEFT ଟ୍ରାଞ୍ଜାକ୍ସନ ସୁବିଧା ବ୍ୟାଙ୍କ ଖୋଲା ଦିନରେ ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମିଳୁଥିଲା । ଶନିବାର ଏହି ସୁବିଧା ସକାଳ ୮ଟାରୁ ଦ୍ୱି ପ୍ରହର ଗୋଟାଏ ଯାଏଁ ଥିଲା । କାଲିଠୁ ଏହି ସେବା ୨୪ ଘଣ୍ଟା ମିଳିବ । ଏନେଇ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି । ଅଥିସହ ଦେଣନେଣରେ ଅସୁବିଧା ନହେବା ପାଇଁ ଚାଲୁ ଖାତାରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ କୁହାଯାଇଛି ।

ପୂର୍ବରୁ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡସ୍ ଟ୍ରାନ୍ସଫର (NEFT) ଟ୍ରାଞ୍ଜାକ୍ସନରେ ଲାଗୁଥିବା ଦେୟ ଛାଡ଼ କରାଯାଇଛି । RTGS ଟ୍ରାଞ୍ଜାକ୍ସନରେ ମଧ୍ୟ କୌଣସି ଫି ଲାଗିବ ନାହିଁ ।

Leave a Reply