ପେଟ୍ରୋଲ ଦରବୃଦ୍ଧିର ନିଆରା ପ୍ରତିବାଦ, ନବ ଦମ୍ପତିଙ୍କୁ ଦେଲେ ୫ ଲିଟର ପେଟ୍ରୋଲ ଉପହାର

ଝାରସୁଗୁଡ଼ା: ଦେଶ ସହ ରାଜ୍ୟରେ ବଢ଼ିଚାଲିଛି ତୈଳଦର । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ୮୭ ଟଙ୍କା ଉପରେ ରହିଛି । ପେଟ୍ରୋଲ ତ ପେଟ୍ରୋଲ ଡିଜେଲ ଦର ବି ୮୫ ଟଙ୍କା ଉପରେ । ଯାହାର ସିଧା ପ୍ରଭାବ ପଡ଼ିଛି ସାଧାରଣ ଜନଜୀବନ ଉପରେ । ଏହାକୁ ନେଇ ବିବାହ ବେଦୀରେ ଦେଖିବାକୁ ମିଳିଛି ନିଆରା ପ୍ରତିବାଦ ।
ଝାରସୁଗୁଡ଼ା ପୁରୁଣାବସ୍ତିରେ ଘନଶ୍ୟାମ ପଟ୍ଟନାୟକଙ୍କ ପୁଅବୋହୂ ଦେବାଶିଷ ଓ ଶିବାନୀଙ୍କୁ ବିବାହରେ ପେଟ୍ରୋଲ ଉପହାର ଭାବେ ମିଳିଛି । ବଢ଼ି ଚାଲିଥିବା ଦରକୁ ଦେଖି ଦେବାଶିଷଙ୍କ ସହପାଠୀ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ବିବାହ ଉତ୍ସବରେ ପେଟ୍ରୋଲ ଉପହାର ଭାବେ ଦେଇ ପ୍ରତିବାଦ କରିବା ଅନେକଙ୍କୁ ଆଶ୍ଚମ୍ବିତ କରିଥିବା ବେଳେ ଅନେକ ସ୍ୱାଗତ ମଧ୍ୟ କରିଛନ୍ତି ।