ବର୍ଷକୁ ୧୨୦ ଗୁଣା ବୃଦ୍ଧି କରିବାକୁ କହି ହଜାରେ କୋଟି ଠକେଇ

1 min read

ଭୁବନେଶ୍ବର : ବର୍ଷକୁ ୧୨୦ ଗୁଣା ଟଙ୍କା ବୃଦ୍ଧି କରିବାକୁ କହି ହଜାରେ କୋଟି ଟଙ୍କାର  ଠକେଇ । MCA ପଢୁଆ ରତ୍ନାକର ପଲେଇକୁ ଗିରଫ କରିଛି EOW । କଂପାନୀର ପ୍ରମୋସନ କରୁଥିଲେ ବଲିଉଡ ଷ୍ଟାର ଗୋବିନ୍ଦା । ୟୁରୋପ ରୁ ଅପରେଟ କରୁଥିଲା ଠକ। ସାରା ଦେଶରେ ଦୁଇ ଲକ୍ଷ ଓ ଓଡିଶାରୁ ୧୦ ହଜାର ଲୋକ ହରାଇଛନ୍ତି ହଜାରେ କୋଟିରୁ ଅଧିକ ଟଙ୍କା । ଅଧିକ ସୁଧର ଲୋଭ ଦେଖାଇ ହଜାରେ କୋଟି ଟଙ୍କା ଗୋଲ୍  । ସେଲିବ୍ରିଟି କରୁଥିଲେ ପ୍ରମୋସନ, ଠକ ପାଉଥିଲେ ମୁନାଫା । ଉଚ୍ଚ ଶିକ୍ଷିତଙ୍କ ଜରିଆରେ ଚାଲିଥିଲା ଚେନ ସିଷ୍ଟମ ବିଜନେସ । କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣାରେ ରତ୍ନାକର ପଲେଇକୁ ଗିରଫ କରିଛି ଇଓଡବ୍ଲ୍ୟୁ । ରତ୍ନାକର ଜଣେ MCA ପାଠ ପଢିଥିବା ଉଚ୍ଚଶିକ୍ଷିତ । ସୋସିଆଲ ମିଡ଼ିଆର ଈଂଫ୍ଲୁଏନ୍ସର ଭାବେ କାମ କରୁଥିଲା । ନୟାପଲ୍ଲୀରେ ନିଜର ଅଫିସ କରି ଭଦ୍ରକ, ବାଲେଶ୍ଵର, ଭୁବନେଶ୍ବର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝରରେ ଥିବା ପ୍ରାୟ ୧୦ ହଜାର ଓଡ଼ିଆ ଲୋକଙ୍କୁ ଜାଲରେ ଫସାଉଥିଲା । ୨୦ ମାସ ପର୍ଯ୍ୟନ୍ତ ନୋ ରିଟର୍ଣ୍ଣ ଓ ପରେ ମାସକୁ ୬ ପ୍ରତିଶତ ସୁଧର ଅଫର ଦିଆଯାଇଥିଲା ।Opinion | Where has all the money gone from the system? | Mint

ଠକ ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରଦ ଦାସର ଅତି ନିକଟତର ଥିଲା ରତ୍ନାକର । ଗୋଆରେ ଠକ ସଂସ୍ଥାର କନ୍ଫରେନ୍ସରେ କିଛିଦିନ ତଳେ ଯୋଗ ଦେଇଥିଲା ଏହି ଅଭିଯୁକ୍ତ।  ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡିଶା ମୁଖ୍ୟ ନିରଦ ଦାସ ପୂର୍ବରୁ ଗିରଫ ହୋଇଥିଲେ  ।  ସେମାନଙ୍କୁ ରିମାଣ୍ଡରେ ଆଣି ଫରେନ ଲିଙ୍କ, ଆକାଉଣ୍ଟ ଟ୍ରାଞ୍ଜକ୍ସନ, ମାଷ୍ଟରମାଇଣ୍ଡ ସମ୍ପର୍କରେ ତଥ୍ୟ ହାସଲ କରାଯାଇଛି । ପୂର୍ବରୁ ଉଭୟଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଇଓଡ୍ବଲ୍ୟୁ ଓପିଆଇଡି କୋର୍ଟରେ ଆବେଦନ କରିଥିବା ବେଳେ ୩ ଦିନ ମିଳିଛି । ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମରୁ ୨ ଲକ୍ଷ ଲୋକ ଠକେଇର ଶିକାର ହୋଇଛନ୍ତି । ବଲିଉଡ ଷ୍ଟାର ଗୋବିନ୍ଦା ସଂସ୍ଥାର ପ୍ରମୋସନ ଭିଡିଓ ବନାଉଥିବା ବେଳେ ମାଷ୍ଟରମାଇଣ୍ଡ ହଙ୍ଗେରିଆନ ଡେଭିଡ ଗୀଜ ୟୁରୋପରେ ଲୁଚିଥିବା ସୂଚନା ରହିଛି  । ଜମି ଠକେଇ, ହାୱାଲା କାରବାର, କ୍ୟୁ ଆର କୋଡ଼ ସ୍କାମ, କ୍ଲୋନିଂ ଆପ ଠକେଇ, ଚାଇନା ଆପ, ଅନଲାଇନ ପୁଞ୍ଜି ସ୍କାମ ଭଳି ଠକେଇ ମାମଲାରେ ଗତ ଅଢେ଼ଇ ବର୍ଷରେ ୫୨ ଜଣ ଅଭିଯୁକ୍ତଙ୍କୁ ଧରିଛି EOW ।