ନିଟ୍ ପରୀକ୍ଷା ପାଇଁ ଗଡ଼ିବ ୪ ସ୍ୱତନ୍ତ୍ର ଟ୍ରେନ୍

1 min read

ଭୁବନେଶ୍ୱର: ରାଜ୍ୟରେ ନିଟ୍ ପରୀକ୍ଷା ପାଇଁ ଚାଲିବ ୪ଟି ସ୍ୱତନ୍ତ୍ର ଟ୍ରେନ୍  । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି  । ରାଜ୍ୟରେ ଖଇରା ରୋଡରୁ ସମ୍ୱଲପୁର ଭାୟା ଟିଟିଲାଗଡ଼, ରାୟଗଡ଼ାରୁ ସମ୍ୱଲପୁରକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ । ଏହା ସହିତ  ଭଦ୍ରକ- ଭୁବନେଶ୍ୱର ଭାୟା କଟକ, କେନ୍ଦୁଝର- ଭୁବନେଶ୍ୱର, ଭାୟା କଟକ ହୋଇ ଟ୍ରେନ୍ ଚଳାଚଳ କରିବ  । ତେବେ ଏଯାଏଁ ଟ୍ରେନ୍ ଚଳାଚଳ ନେଇ ସମୟ ଧାର୍ଯ୍ୟ କରାଯାଇନାହିଁ  । ଖୁବ୍ ଶୀଘ୍ର ସମୟ ଜଣାଇଦିଆଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।  ସୂଚନା ଯୋଗ୍ୟ ଯେ, ପୂର୍ବରୁ ଜେଇ ଓ ନିଟ୍ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପରୀକ୍ଷାର୍ଥୀଙ୍କ ମାଗଣା ଯାତାୟତ ଓ ରହଣୀ ପାଇଁ ରାଜ୍ୟ ସରକାର  ବ୍ୟବସ୍ଥା କରିଥିଲେ ।

JEE-NEET: ଶେଷ ହେଲା ପ୍ରଥମ ସିପ୍ଟ, ଆୟୋଜନକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଖୁସି

ପରୀକ୍ଷାର୍ଥୀଙ୍କୁ ସବୁ ସୁବିଧା ମାଗଣାରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେବା ପରେ ପ୍ରଶାସନ ତୃଣମୂଳ ସ୍ତରରେ କାମ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ସମୟୋଚିତ ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା । ଏଥିସହିତ ‘ଓଡିଶା ମୋ ପରିବାର’ ପକ୍ଷରୁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ନିକଟରେ ସହାୟତା କେନ୍ଦ୍ର ଖୋଲାଯାଇ ସାନିଟାଇଜ଼ର, ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଥିଲା ।ଏବେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ରେଳ ଚଳାଚଳ ବ୍ୟବସ୍ଥା କରାଯାଉଛି ।

 

Leave a Reply