ଟି-୨୦ ବିଶ୍ବକପରେ କମାଲ କରିବେ ଏହି ୪ ଭାରତୀୟ ବୋଲର

1 min read

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ ପରେ ଭାରତର ଲକ୍ଷ୍ୟ ଟି-୨୦ ବିଶ୍ବକପ ଉପରେ । ଭାରତର ବୋଲିଂ ପୂର୍ବ ଅପେକ୍ଷା ଏବେ ଶକ୍ତିଶାଳି ହୋଇଥିବାବେଳେ ନିକଟରେ ଯାଇଥିବା ଦିନିକଆ ବିଶ୍ବକପରେ ମଧ୍ୟ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ତେବେ ୨୦୨୪ରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ୪ ବୋଲରଙ୍କ ଉପରେ ନଜର ରହିବ । ଭାରତ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାବେଳେ ବୁଧବାର ଦ୍ବିତୀୟ ଟେଷ୍ଟ ମ୍ୟାଚ ଖେଳିବ । ଏହାପରେ ଆଫଗାନିସ୍ତନ ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଯଦିଓ ଏହି ଟେଷ୍ଟ ସିରିଜରେ ଏହି ୪ ବୋଲର ଖେଳୁନାହାନ୍ତି ତଥାପି ଏମାନଙ୍କ ଉପରେ ୨୦୨୪ରେ ଭାରତ ନିର୍ଭର କରିବ ନିଶ୍ଚୟ ।

ଜଶପ୍ରିତ ବୁମରା: ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ଜଶପ୍ରିତ ବୁମରା । ବୋଲିଂରେ ମୁଖ୍ୟ ଅସ୍ତ୍ର ପାଲଟିଥିବା ବୁମରା ବିଶ୍ବକପ ଫାଇନାଲରେ ଦମଦାର ବୋଲିଂ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ଘାତକ ବୋଲିଂ କରି ପ୍ରଥମ ପାଳିରେ ୫ ଓ୍ବିକେଟ ଅକ୍ତିଆର କରିଥିଲେ । ଏଣୁ ୨୦୨୪ ଟି-୨୦ ବିଶ୍ବକପରେ ଭାରତ ତାଙ୍କ ଉପରେ ଭଡ଼ ଆଶା ରଖିବ ।

ମହମ୍ମଦ ସାମି: ଦିନିକଆ ବିଶ୍ବକପରେ ଭାରତୀୟ କ୍ରିକେଟ ଦଳର ବୋଲିଂ ହିରେ ମହମ୍ମଦ ସାମି ଏବେ ଆହତ କାରଣରୁ ଖେଳୁ ନାହାନ୍ତି । କିନ୍ତୁ ସେ ଦଳକୁ ଫେରିବା ପରେ ଗୁରୁ ଦାୟିତ୍ବ ବହନ କରିବେ ନିଶ୍ଚୟ । ୨୦୨୪ ମସିହରେ ଖେଳାଯିବା ଥିବା ମ୍ୟାଚ ଗୁଡ଼ିକରେ ଭାରତ ତାଙ୍କ ଉପରେ ଭରଷା ରଖିବ ।

ମହମ୍ମଦ ସିରାଜ: ଦମଦାର ଫର୍ମରେ ଥିବା ମହମ୍ମଦ ସିରିଜ ଆଇପିଏଲ ହେଉ ବା ଆନ୍ତର୍ଜାତୀୟ କ୍ରିକେଟ । ସବୁବେଳେ ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଉଥିବାବେଳେ ଏହି ଘାତ ବୋଲରଙ୍କ ଦଳରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ।

ମୁକେଶ କୁମାର: ଟିମ ଇଣ୍ଡିଆର ଯୁବ ବୋଲର ମୁକେଶ କୁମାର ମଧ୍ୟ ଜଣେ ଭଲ ବୋଲର । ୨୦୨୩ ଆଇପିଏଲ ସିଜିନରେ ଦମଦାର ପ୍ରଦର୍ଶନ କରିଥିବା ମୁକେଶଙ୍କୁ ଭାରତୀୟ ନିୟମିତ ଦଳରେ ସ୍ଥାନ ମିଳିଛି । କ୍ରିକେଟର ତିନୋଟି ଯାକ ଫର୍ମାଟରେ ଡେବ୍ୟୁ କରିସାରିଥିବା ମୁକେଶ କୁମାର ୨୦୨୪ରେ ଭାରତୀୟ ବୋଲିଂ ବିଭାଗରେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।