ନିୟମ ନମାନି କରିଥିଲେ ଜଗା ଦର୍ଶନ, ଏବେ ଚାକିରିରୁ ବହିଷ୍କୃତ ହେଲେ ANM କର୍ମୀ

ପୁରୀ: ଦର୍ଶନ ନେଇ ଜାରି ହୋଇଥିବା ନିୟମକୁ ନମାନି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ୪ଜଣ ଏଏନ୍ଏମ୍ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।
ନିକଟରେ ମନ୍ଦିରରେ ପ୍ରବେଶ ନେଇ ଥିବା କଟକଣାକୁ ନମାନି ଏହି ୪ ଜଣ ଏଏନଏମ୍ କର୍ମୀଙ୍କ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଯାହା ପରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ପ୍ରଶାସନ ପକ୍ଷରୁ ଏବେ କେବଳ ସେବାୟତ ଓ ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର ଅନୁମତି ଦିଆଯାଇଛି ।