ପାୟୋନିୟର ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପାୟୋନିୟର ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ପରଲୋକ । ବୁଧବାର ବିଳମ୍ବିତ ରାତିରେ ତାଙ୍କ ମୃୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ସମ୍ପର୍କରେ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସ୍ୱପନ ଦାସଗୁପ୍ତ ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ମୋର ସବୁଠୁ ନିକଟତମ ବନ୍ଧୁ ପାୟୋନିୟର ସମ୍ପାଦକ ତଥା ପୂର୍ବତନ ସାଂସଦ ଚନ୍ଦନ ମିତ୍ରଙ୍କୁ ଆଜି ସକାଳେ ହରାଇଲି। ଆମ ଲା ମାର୍ଟିନେରେ ଛାତ୍ର ଭାବରେ ଏକାଠି ହୋଇ ସେଣ୍ଟ ଷ୍ଟିଫେନ୍ସ ଏବଂ ଅକ୍ସଫୋର୍ଡକୁ ଯାଇଥିଲୁ | ଆମେ ଏକାସାଙ୍ଗରେ ସାମ୍ବାଦିକତାରେ ଯୋଗ ଦେଇ ଅଯୋଧ୍ୟା ଏବଂ ଗେରୁଆର ଲହରୀ ଉତ୍ସାହରେ ସାମିଲ ହୋଇଥିଲୁ।
ଏଥି ସହିତ ୧୯୭୨ରେ ଏକ ସ୍କୁଲ ଟ୍ରିପ୍ ସମୟରେ ଚନ୍ଦନ ମିତ୍ର ସହ ବିଜେପି ସାଂସଦ ସ୍ୱପନ ଦାସଗୁପ୍ତ ଉଠାଇଥିବା ଫଟୋକୁ ଟ୍ୱିଟ୍ରେ ସେୟାର କରିଛନ୍ତି । ଡକ୍ଟରର ଚନ୍ଦନ ମିତ୍ର ବିଜେପି କୋଟାରୁ ରାଜ୍ୟସଭାରେ ପହଞ୍ଚିଥିଲେ । ସେ ୨୦୧୮ ମସିହାରେ ବିଜେପି ଦଳକୁ ଛାଡ଼ି ଟିଏମ୍ସିରେ ସାମିଲ ହୋଇଥିଲେ। ଏଥି ସହିତ ଡକ୍ଟର ଚନ୍ଦନ ମିତ୍ର ପାୟୋନିୟର ଖବର ସମ୍ପାଦକ ପଦରୁ କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ।