ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ: କଟକରେ ମୁହାଁମୁହିଁ ଭର୍ତ୍ତୃହରି- ଦେବାଶିଷ

କଟକ: ପାର୍ବଣରେ ମୂର୍ତ୍ତି ଉଚ୍ଚତାକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ମୁହାଁମୁହିଁ ହୋଇଛନ୍ତି । କୋଭିଡ କଟକଣା ମଧ୍ୟରେ ପାର୍ବଣ ପାଳନ ଓ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ଉଚ୍ଚ ନହେବା ନିଷ୍ପତ୍ତିକୁ ସାଂସଦ ଭର୍ତ୍ତୃହରି ମହତାବ ନାପସନ୍ଦ କରିଛନ୍ତି । ଏହାକୁ ନେଇ ଗତକାଲି ପୂଜା କମିଟି ଓ ଶାନ୍ତି କମିଟି ବୈଠକରେ ହଟ୍ଟଗୋଳ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୂର୍ତ୍ତି ଉଚ୍ଚତାକୁ ପ୍ରସଙ୍ଗରେ ପୁନର୍ବିଚାର କରନ୍ତୁ ବୋଲି ଭର୍ତ୍ତୃହରି କହିଛନ୍ତି ।

ତେବେ ସାଂସଦ ଭର୍ତ୍ତୃହରି ତାଙ୍କ ବୟାନରେ କଟକବାସୀଙ୍କୁ ଉତ୍ତେଜିତ କରିବାକୁ ଉଦ୍ୟମ କରିଛନ୍ତି ବୋଲି ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଛନ୍ତି । ପୂଜା କଟକଣାକୁ କୋହଳ କଲେ ଯଦି କରୋନା ସଂକ୍ରମଣ ବଢ଼ିବ, ଏଥିପାଇଁ ସାଂସଦ ଦାୟୀ ରହିବେ କି ବୋଲି ଦେବାଶିଷ ପ୍ରଶ୍ନ କରିଛନ୍ତି । ସେପଟେ ଭର୍ତ୍ତୃହରି କହିଛନ୍ତି ଯଦି ସରକାର ମୂର୍ତ୍ତିର ଉଚ୍ଚତା ଆଉ ଦୁଇ ରୁ ଅଢେଇଫୁଟ ବଢାଇ ଦିଅନ୍ତି ତେବେ କଣ କରୋନା କମିଯିବ  ।

Leave a Reply