ଓଡିଶାରେ ଦୁର୍ନୀତି କରି ଦିଲ୍ଲୀରେ ଲୁଚିଥିଲେ ବିଡିଓ, ୮ ବର୍ଷ ପରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ଫେରାର ପୂର୍ବତନ ବିଡିଓଙ୍କୁ ବାନ୍ଧିଲା ଭିଜିଲାନ୍ସ । ନାରାୟଣପାଟଣାର ପୂର୍ବତନ ବିଡିଓଙ୍କୁ ଦିଲ୍ଲୀରୁ ଧରିଲା ଭିଜିଲାନ୍ସ । ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ । ରମେଶଙ୍କ ନାଁରେ ରହିଛି ୭ଟି ଦୁର୍ନୀତି ମାମଲା । ଗତ ୮ବର୍ଷ ଧରି ଫେରାର ଥିଲେ ରମେଶ ଚନ୍ଦ୍ର ସାହୁ । ଆଜି ଦିଲ୍ଲୀ କୋର୍ଟରେ ହାଜର କରାଯିବ । ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଅଣାଯିବ ।

ଗତ ୮ ବର୍ଷ ମଧ୍ୟରେ ସେ ଦିଲ୍ଲୀ ଏବଂ ପଡୋଶୀ ଅଞ୍ଚଳରେ ଭଡା ଘରେ ରହି ସ୍ଥାନ ପରିବର୍ତ୍ତନ କରି ଚାଲିଥିଲେ । ଗିରଫଦାରୀରୁ ବଞ୍ଚିବା ପାଇଁ ସେ ଆସାମର ଜୋରହାଟକୁ ମଧ୍ୟ ପଳାଇ ଯାଇଥିଲେ। ନିକଟରେ ସେ ଆସାମରୁ ଦିଲ୍ଲୀ ଫେରିଥିଲେ  । ତାଙ୍କ ଲୋକେସନ ଟ୍ରେସ କରି ଦିଲ୍ଲୀରେ ଭିଜିଲାନ୍ସର ଏକ ଟିମ୍‌ ଡେରା ପକାଇଥିଲା  । ଆଜି ସେଠାରୁ ତାଙ୍କୁ କାବୁ କରିଛି ଭିଜିଲାନ୍ସ  ।