ପତ୍ନୀଙ୍କ ଜନ୍ମଦିନ ଭୁଲିଗଲେ ଭୋଗିବାକୁ ପଡିବ ଜେଲଦଣ୍ଡ!

ନନ୍ଦିଘୋଷ ବ୍ୟୁରୋ:  ସ୍ତ୍ରୀଙ୍କ ଜନ୍ମଦିନ ଭୁଲିଯାଉଛନ୍ତି କି । ତେବେ ଆଗୁଆ ସଜାଗ ହୋଇଯାଉନ୍ତୁ । ପତ୍ନୀଙ୍କ ଜନ୍ମଦିନ ଭୁଲିଗଲେ ଭୋଗିବାକୁ ପଡିବ ଜେଲଦଣ୍ଡ ! କଥାଟି ଆଶ୍ଚର୍ଯ୍ୟ ଲାଗିଥିଲେ ବି କଥା ଟି ସତ । ଆପଣ ଭାବୁଥିବେ କି ସାଧାରଣ କଥାଟି ପାଇଁ ଜେଲଦଣ୍ଡ କାହିଁକି? ଏଭଳି ପ୍ରଶ୍ନ ମନକୁ ଆସିବା ମଧ୍ୟ ସ୍ୱାଭାବିକ । ଏଭଳି କିଛି ଅଜବ ନିୟମ ତଥା ଦଣ୍ଡ ବିଧାନ ରହିଛି ଏକ ଦେଶରେ । ଏହି ଦଣ୍ଡର ପ୍ରଚଳନ ଚାଲିଛି ସାମୋଆ ନାମକ ଏକ ଦେଶରେ।

ସାମୋଆ ଦେଶର ପୁରୁଷମାନେ ଏହି ନିୟମକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ଏହି ନିମୟ ପାଳନ ନକଲେ ଅପରାଧୀ ଭାବେ ଦଣ୍ଡିତ କରାଯାଏ । ସ୍ତ୍ରୀଙ୍କର  ଜନ୍ମଦିନ ଭୁଲିବା ବଡ ଅପରାଧ ବୋଲି ସାମୋଆ ଆଇନରେ ରହିଛି। କେବଳ ସେତିକି ନୁହେଁ ଏଥିପାଇଁ ଜୋରିମାନା ମଧ୍ୟ ଦେବାକୁ ପଡିଥାଏ ପୁରୁଷଙ୍କୁ । ଏକ ରିପୋର୍ଟ ଅନୁଯାୟୀ, ସ୍ତ୍ରୀଙ୍କ ଜନ୍ମଦିନ ଭୁଲିଗଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ପ୍ରଥମେ ସେଠାରେ ପୁରୁଷଙ୍କୁ ଚେତାବନୀ ଦିଆଯାଇ ଛାଡିଦିଆଯାଏ । ପରେ ଦ୍ୱିତୀୟ ଥର ଏଭଳି ଭୁଲ କଲେ ଅପରାଧି ଭାବରେ ୫ ବର୍ଷ ଜେଲ ଦଣ୍ଡ ସହିତ ଜୋରିମାନା ଦେବାକୁ ପଡେ । ଏହା ଛଡା ସାମୋଆରେ ଏହି ନିୟମଟି ଠିକ ଭାବେ ପାଳନ ହେଉଛି କି ନାହିଁ ନିଶ୍ଚିତ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏକ ନିଦ୍ଧିଷ୍ଟ ଟିମ ଏଥିପାଇଁ ପୋଲିସ ସ୍ତରରେ କାର୍ଯ୍ୟ କରିଥାନ୍ତି । ଏହି ଟିମ୍ ଅଭିଯୋଗ ଗ୍ରହଣ କରିବା ସହ ତୁରନ୍ତ ପଦକ୍ଷେପ ନେଇଥାନ୍ତି । ଏହାଛଡା ଦେଶରେ ଏବାବଦରେ ସ୍ବତନ୍ତ୍ର ସଚେତନତା ଶିବିର କରାଇ ପତ୍ନୀମାନଙ୍କୁ ଏହି ନିୟମ ବିଷୟରେ ଅବଗତ କରାଇଥାନ୍ତି ଏହି ଟିମ ।

ଏଭଳି ନିୟମକୁ ନେଇ ସାରା ବିଶ୍ବରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ସାମୋଆ । ତେବେ ଆପଣଙ୍କୁ କହିରଖିବୁ କି, ସାମୋଆ ହେଉଛି ପୃଥିବୀର ସବୁଠାରୁ ସୌନ୍ଦର୍ଯ୍ୟ ଦ୍ୱିପର ଦେଶ ।