ଉତ୍ପାତ ମଚାଉଛି ଗୋଠଛଡ଼ା ଦନ୍ତା: ହାତୀକୁ ଘଉଡ଼ାଇବା ପାଇଁ ବନବିଭାଗର ଉଦ୍ୟମ
![](https://nandighoshatv.com/wp-content/uploads/2025/02/eleph-1024x576.jpg)
କାମାକ୍ଷାନଗର: ଉତ୍ପାତ ମଚାଉଛି ଗୋଠଛଡା ଦନ୍ତା। କାମାକ୍ଷାନଗର ସହର ରାଜକୁଳା କାଟେଣୀ ଗ୍ରାମରେ ପଶି ଦନ୍ତାଟି ଉତ୍ପାତ ମଚାଉଛି। ଗାଁ ଭିତରେ ଦନ୍ତାଟି ପଶି ଏଣେତେଣେ ବୁଲୁଥିବାର ଦେଖି ଭୟଭୀତ ହୋଇ ଲୋକେ ବନବିଭାଗକୁ ଖବର ଦେଇଥିଲୋ। ଖବର ପାଇଁ ବନବିଭିଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଉଦ୍ୟମ କରିଥିବାବେଳେ ହାତୀଟି ଜଙ୍ଗଲ ଭିତରକୁ ନଯାଇ କାମାକ୍ଷାଗର ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲା। ଫଳରେ ରାଜପଥର ଉଭୟ ପାର୍ଶ୍ଵରେ ଯାତାୟାତ ଠପ ହେବା ସହ ହାତୀ ଥିବା କାରଣରୁ ବିଦ୍ୟୁତ ସେବା ବନ୍ଦ କରାଯାଇଥିଲା। ଅନେକ ପରିଶ୍ରମ ପରେ ବନବିଭାଗ ଦନ୍ତାଟିକୁ ଜାତୀୟ ରାଜପଥରୁ ଘଉଡ଼ାଇଥିବା ବେଳେ ଦନ୍ତାଟି ରାଜପଥ ପାର୍ଶ୍ଵରେ ଥିବା ୬ ଫୁଟର ବ୍ୟାରିକେଡ଼କୁ ଡେଇଁ ସ୍ଥାନୀୟ କନ୍ଦରସିଙ୍ଗା ଗ୍ରାମ ଅଭିମୁଖେ ଚାଲି ଯାଇଥିଲା । ତେବେ କିଛିଦିନର ବ୍ୟବଧାନ ପରେ କାମାକ୍ଷାନଗର ସହରରେ ଦନ୍ତା ଆତଙ୍କକୁ ଦେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।