କ୍ରିକେଟ ପାଇଁ ଅଷ୍ଟ୍ରେଲିଆରୁ ଓଡ଼ିଶା, ୟୁଟ୍ୟୁବରୁ ଦେଖି ଭୁବନେଶ୍ବରରେ କୋଚିଂ ନେଲେ ସିଡନୀ ଜନ୍ମିତ କୋଣାର୍କ ଦାଶ

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ କୋଚିଂ ପାଇଁ ଅଷ୍ଟ୍ରେଲିଆରୁ ଓଡିଶା । ଘଣ୍ଟା ଘଣ୍ଟା ଧରି କଲେ ନେଟ ପ୍ରାକ୍ଟିସ । ଓଡିଶାର କ୍ରିକେଟ କୋଚ ଲଳିତ ମହାନ୍ତିଙ୍କ ୟୁଟ୍ଯୁବ ଚ୍ଯାନେଲରୁ ସ୍ପିନ ବୋଲିଂ ଓ ବ୍ଯାଟିଂର ସିକ୍ରେଟ ଟିପ୍ସ ଦେଖି ଓଡିଶା ଆସି ନେଲେ  କୋଚିଂ। ସ୍ପିନ ବୋଲିସ ସହ ବ୍ଯାଟିଂ ଶିକ୍ଷା କଲେ । ଢେଙ୍କାନଳର ପ୍ରଭାତ ରଞ୍ଜନ ଦାଶ ଓ ପ୍ରିୟା ଦାଶଙ୍କ ୧୩ ବର୍ଷର ପୁଅ କୋଣାର୍କ ଦାଶ । ଅଷ୍ଚ୍ରେଲିଆ ସିଡନୀରେ ଏବେ ଅଣ୍ଡର ୧୩ ଇଣ୍ଟରଷ୍ଟେଟ ପାଇଁ କ୍ରିକେଟ ମ୍ଯାଚ ଖେଳୁଛନ୍ତି । ଅଷ୍ଟ୍ରେଲିଆରୁ ଆସି ଓଡିଶାର କୋଚିଂ ନେବା ଗୌରବର କଥା ବୋଲି କୋଚ କହିଛନ୍ତି ।

କ୍ରିକେଟ କୋଚିଂ ପାଇଁ ଅଷ୍ଟ୍ରେଲିଆରୁ ଓଡିଶା । ୟୁଟ୍ୟୁବ ଦେଖି କୋଚ୍ ସହ କଲେ ଯୋଗାଯୋଗ । ଶିଖିଲେ ଲେଗ ସ୍ପିନ ଓ ବେଟିଂ ସିକ୍ରେଟ । ଓଡ଼ିଶା ପୁଅ ଅଷ୍ଟ୍ରେଲିଆରେ ଜନ୍ମିତ କୋଣାର୍କ ଦାଶ । ଘର ଢେଙ୍କାନାଳ । ସିଡନୀରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି । ଅଷ୍ଟ୍ରେଲିଆ କ୍ରେନବ୍ରୋକ କ୍ଳବରେ ପ୍ରାକ୍ଟିସ କରୁଛନ୍ତି । ଏହା ସହ ଅଣ୍ଡର ୧୩ ଇଣ୍ଟରଷ୍ଟେଟ ପାଇଁ କ୍ରିକେଟ ମ୍ଯାଚ ଖେଳୁଛନ୍ତି । ଓଡ଼ିଶାର କୋଚ ଲଳିତ ମହାନ୍ତିଙ୍କ ୟୁଟ୍ୟବ ଚ୍ୟାନେଲରୁ କୋଚିଂ ଓ ଟେକନିକ ଦେଖି ତାଙ୍କ ମାମୁଙ୍କୁ ଜଣାଇଥିଲେ । ୧୦ ଦିନିଆ ଗ୍ରୀଷ୍ମକାଳିନ ଛୁଟିରେ ଆସି ହାଇଟେକ ଗ୍ରାଉଣ୍ଡରେ କୋଚ୍ ଲଳିତ ମହାନ୍ତିଙ୍କ ଠାରୁ ଲେଗ ସ୍ପିନ ଓ ବ୍ଯାଟିଂର ଟେକନିକ ଶିଖିଛନ୍ତି । କୋଣାର୍କଙ୍କ ବାପା ଓ ମାଆ ଉଭୟ ସେଠାରେ ଚାକିରି କରନ୍ତି । ଅଷ୍ଚ୍ରେଲିଆ କିମ୍ବଦନ୍ତୀ ସ୍ପିନର ସେନ୍ ୱର୍ଣ୍ଣ ତାଙ୍କ ଆଇଡଲ ।

ସେପଟେ ହାଇଟେକ ଗ୍ରାଉଣ୍ଡରେ କୋଚ ଲଳିତ ମହାନ୍ତି ତାଙ୍କର ଅଭିଜ୍ଞତାକୁ ନେଇ କୋଣାର୍କଙ୍କୁ ଦେଇଛନ୍ତି ଟିପ୍ସ । ବଲକୁ ହାତରେ ବୁଲାଇ ସ୍ପିନ କରିବା ସହ ୱିକେଟକୁ ବିଟ କରିବା ପାଇଁ କ୍ରିକେଟ ପିଚରେ ରଶି ବାନ୍ଧିଛନ୍ତି । ରଶି ମଧ୍ଯରେ ବୋଲିଂ କଲେ ସିଧା ୱିକେଟକୁ ହିଟ କରି ପାରିବ । ସେହିଭଳି ବ୍ଯାଟିଂ ପାଇଁ ନେଟ ପ୍ରାକ୍ଟିସ ମଧ୍ଯ କରିଛନ୍ତି । ୟୁଟ୍ୟୁବ ଦେଖି ଅଷ୍ଟ୍ରେଲିଆରୁ ପିଲା ଆସି ଓଡିଶାରେ କୋଚିଂ ନେବା ଅତ୍ଯନ୍ତ ଖୁସି ଖବର ବୋଲି କହିଛନ୍ତି କୋଚ ।