ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଧର୍ମଶାଳାରେ କୁନି ପିଲାଙ୍କୁ ଖାଦ୍ୟ ବଣ୍ଟନ

ଧର୍ମଶାଳା: ଶନିବାର ରାଜ୍ୟ ବିଜେଡିର ମୁଖ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଛି । କରୋନା କଟକଣା ମଧ୍ୟ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନିର୍ଦ୍ଦେଶରେ ଛାତ୍ର ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ହରିଦାସପୁର ପଞ୍ଚାୟତ ଅନ୍ତର୍ଗତ ଭଡଙ୍ଗା ଗାଁରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଦିବାସୀ ଲୋକ ଓ କୁନି ପିଲାମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହା ସହ ସେମାନଙ୍କର ଥିବା ମୌଳିକ ସମସ୍ୟା ସମାଧାନ କରିବା ଲାଗି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରୟାସ କରାଯାଇଛି ।