spot_img

Latest Posts

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ, କଫି ଦାମ୍ ୭ ହଜାର ଟଙ୍କା

ପୋଙ୍ଗୟାଙ୍ଗ୍: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖା ଦେଇଥିଲା ବେଳେ ଖାଦ୍ୟ ସାମଗ୍ରୀର ଦାମ୍ ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଖାଦ୍ୟ ଅଭାବ ଦେଶରେ ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି ବୋଲି ମାନିଛନ୍ତି କିମ୍ ଜଙ୍ଗ-ଉନ୍।

ଏପରିକି ଗତ ବର୍ଷ ଟାଇଫୁନ୍‌ରେ ହୋଇଥିବା କ୍ଷୟକ୍ଷତି ଯୋଗୁଁ କୃଷି କ୍ଷେତ୍ରରେ ଫସଲ ଉତ୍ପାଦନ ହୋଇପାରୁ ନଥିବାରୁ ଖାଦ୍ୟ ଅଭାବ ଦେଖାଦେଇଛି ବୋଲି କିମ ଜୋଙ୍ଗ-ଉନ ମାନିଛନ୍ତି। ଫସଲ ଉତ୍ପାଦନ ଯୋଜନା ବିଫଳ ହୋଇଥିବାରୁ ଦେଶରେ  ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଆଉ ଏକ ରିପୋର୍ଟ ଅନୁସାରେ, ଏଥିପାଇଁ ରାଜଧାନୀ ପୋଙ୍ଗୟାଙ୍ଗ୍ ରେ ଖାଦ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢି ଚାଲିଛି । ଯେଉଁଥିପାଇଁ କଦଳୀ କିଲୋଗ୍ରାମ ପ୍ରତି ଦାମ୍ $୪୫ ଅର୍ଥାତ୍ ୩ ହଜାର ୩୩୫ ଟଙ୍କା ରହିଛି । ବ୍ଲାକ୍ ଟି ଦାମ୍ $୭୦ ଅର୍ଥାତ୍ ୫ ହଜାର ୧୯୦ ଏବଂ କଫି ପକେଟ୍ ଦାମ୍ $୧୦୦ ଅର୍ଥାତ୍ ୭ ହଜାର ୪୧୪ ଟଙ୍କା ରହିଛି ।

ତେବେ ଦଳୀୟ ନେତା ମାନେ ଖୁବ୍ ଶୀଘ୍ର ଖାଦ୍ୟ ସଙ୍କଟ ଦୂର କରିବେ ବୋଲି ସେଣ୍ଟ୍ରାଲ୍ କମିଟି ମିଟିଂରେ ଶାସକ କିମ ଜୋଙ୍ଗ-ଉନ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ ଫସଲ ଅଭାବରୁ ଏହି ସଙ୍କଟ ଦେଖାଦେଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ଏକ ରିପୋର୍ଟରେ କୁହାଯାଇଛି ଯେ ଉତ୍ତର କୋରିଆରେ ୮୬୦,୦୦୦ ଟନ୍ ଖାଦ୍ୟ ଅଭାବ ରହିଛି।

ଏହି ସଙ୍କଟର ତୁରନ୍ତ ସମାଧାନ ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି କିମ ଜୋଙ୍ଗ-ଉନ। ତେବେ ସମସ୍ୟାର ସମାଧାନ କେବେ ହେବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

 

Latest Posts

Don't Miss