ଆସିଲା ୨୦୨୫-୨୬ ବଜେଟ୍, କୃଷକଙ୍କ ବିକାଶକୁ ଗୁରୁତ୍ୱ 

1 min read

ନୂଆଦିଲ୍ଲୀ: ଆସିଲା ୨୦୨୫-୨୬ ବଜେଟ୍ । ଲୋକସଭାରେ ବଜେଟ୍ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଶ୍ବର ଅର୍ଥନୀତିକୁ ଦୃଷ୍ଟିରେ ରଖି ବଜେଟ ଉପସ୍ଥାପନା। ଆସନ୍ତା ୫ ବର୍ଷରେ ସମସ୍ତଙ୍କ ବିକାଶକୁ ଅଗ୍ରାଧିକାର । ଚଳିତ ବଜେଟରେ ୧୦ଟି କ୍ଷେତ୍ରକୁ ଫୋକସ ଦିଆଯାଇଛି । ଯୁବବର୍ଗ, ମହିଳା, କୃଷକଙ୍କ ବିକାଶକୁ ଗୁରୁତ୍ୱ  । କୃଷି ଉତ୍ପାଦନ ବୃଦ୍ଧି ଉପରେ ଫୋକସ୍ । ଗରିବୀ ଦୂରୀକରଣ ଉପରେ ସରକାରଙ୍କ ଗୁରୁତ୍ୱ । ଖାଦ୍ୟ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବ ଦେଶ। କୃଷକଙ୍କ ପାଇଁ ‘ଧନଧାନ୍ୟ ଯୋଜନା’ର ଘୋଷଣା । କିଷାନ କ୍ରେଡିଟ୍ କାର୍ଡ୍ ଲିମିଟ୍ ୫ ଲକ୍ଷକୁ ବୃଦ୍ଧି । ଏହାକୁ ୩ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ କୃଷକମାନେ ବର୍ତ୍ତମାନ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ।  କିଷାନ କ୍ରେଡିଟ କାର୍ଡ ଜରିଆ ୭.୭ କୋଟି ଚାଷୀ ଉପକୃତ ।

ବିହାର ପାଇଁ ବଜେଟରେ ବିଶେଷ ଘୋଷଣା। ବିହାରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫୁଡ୍ ଟେକ୍ନୋଲୋଜି ନିର୍ମାଣ ହେବ। ବିହାରର ମଖାନା ଚାଷୀଙ୍କ ପାଇଁ ବଜେଟରେ ବିଶେଷ ବ୍ୟବସ୍ଥା। ବିହାରରେ ମଖାନା ବୋର୍ଡ ଗଠନ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ବୋର୍ଡ ମାକାନା ଚାଷୀମାନଙ୍କୁ ତାଲିମ ସହାୟତା ଯୋଗାଇବ ଏବଂ ସମସ୍ତ ସରକାରୀ ଯୋଜନାରେ ସାମିଲ୍ କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ।। ଏହା ସେମାନଙ୍କର ଆୟ ବୃଦ୍ଧି କରିପାରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ସେପଟେ ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ବରେ ଦ୍ବିତୀୟ ବୋଲି ଗୃହରେ ଅବଗତ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ବଜେଟରେ ଗ୍ରାମୀଣ ମହିଳା ଓ ଯୁବବର୍ଗଙ୍କୁ ଅତିରିକ୍ତ ସହାୟତା ମିଳିବ । ଭାରତର ଅର୍ଥନୀତି ଗତିଶୀଳ ରହିଛି । ଆସନ୍ତା ୫ ବର୍ଷରେ ସମସ୍ତଙ୍କ ବିକାଶକୁ ଅଗ୍ରାଧିକାର ଦିଆଯିବ । ଜ୍ଞାନ ଉପରେ ଆମର ଫୋକସ ,ବିକଶିତ ଭାରତ ପାଇଁ ବଜେଟ୍ ପ୍ରସ୍ତୁତ ହୋଇଛି । କପା ଚାଷୀଙ୍କୁ ସର୍ବୋତ୍ତମ ବୈଷୟିକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିହାର ପାଇଁ ଅନେକ ଘୋଷଣା । ପାଟନା ବିମାନ ବନ୍ଦରର ବିସ୍ତାର ବ୍ୟତୀତ ଗ୍ରୀନଫିଲ୍ଡ୍ ବିମାନ ବନ୍ଦର ପ୍ରତିଷ୍ଠା। ଘୋଷଣା ମିଥିଳାଞ୍ଚଳରେ ପଶ୍ଚିମ ଲାଗତ କେନାଲ ପରିଯୋଜନା ବାବଦରେ ଘୋଷଣା ।

ଏମଏସଏମଇ ବିକାଶର ଦ୍ବିତୀୟ ଇଞ୍ଜିନ । ୭.୫ କୋଟି ଏମଏସଏମଇ କର୍ମଚାରୀଙ୍କ ଉପରେ ଫୋକସ କରାଯାଇଛି । ଏହାପାଇଁ ଅଧିକ ଋଣ ମଂଜୁରୀ ଦିଆଯିବ । ଯାହାଦ୍ବାରା ଯୁବବର୍ଗ ଅଧିକ ନିଯୁକ୍ତି ପାଇବେ । ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ ରହିବ । ୨୫-୨୬ ଆର୍ଥିକ ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଗରିବ, ଯୁବକ, ଅନ୍ନଦାତା, ମହିଳାଇନ୍ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ MSME ଆଦି ଉପରେ କେନ୍ଦ୍ର ସରକାରଙ୍କ ଫୋକସ ।

ବଜେଟରେ ଗ୍ରାମୀଣ ମହିଳା ଓ ଯୁବବର୍ଗଙ୍କୁ ଅତିରିକ୍ତ ସହାୟତା । ଷ୍ଟାର୍ଟ ଅପ କ୍ଷେତ୍ର ଲାଗି ୨୭ଟି କ୍ଷେତ୍ରକୁ ଫୋକସ । ପ୍ରଥମ ପିଢିର ଉଦ୍ୟୋଗୀଙ୍କୁ ୨ କୋଟି ଟଙ୍କାର ଷ୍ଟାର୍ଟଅପ୍ କ୍ୟାପିଟାଲ । ଏମଏସଏମଇରେ ମିଳିବ ୧୦ କୋଟି ପର୍ଯ୍ୟନ୍ତ ଋଣ । ଆମ ସରକାର ନ୍ୟାସନାଲ ମ୍ୟାନୁଫ୍ୟାକ୍ଚରିଂ ମିଶନ ପ୍ରତିଷ୍ଠା କରିବେ । ଖେଳନା ଉଦ୍ୟୋଗ ପାଇଁ ବିଶେଷ ଘୋଷଣା ।

ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍‌ ୧.୧ ଲକ୍ଷ ବୃଦ୍ଧି  କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍‌ ପ୍ରତିଷ୍ଠା କରାଯିବ। ଆବଶ୍ୟକ ଡାକ୍ତର ରହିବେ । ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି କହିଛନ୍ତି ସୀତାରମଣ। ।