ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ 

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ଏହି ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି । ପରମ୍ପରା ଅନୁସାରେ ବଜେଟ ପୂର୍ବଦିନ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଥାଏ ।

ରିପୋର୍ଟରେ ଆଗାମୀ ଆର୍ଥକ ବର୍ଷରେ ୬ରୁ ୬.୮ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ଦେଶ ସବୁ କ୍ଷେତ୍ରରେ ବିକାଶ କରୁଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । ଅର୍ଥ ବ୍ୟବସ୍ଥା ସ୍ଥିତି ମହାମାରୀର ପୂର୍ବ ସ୍ଥିତିକୁ ଫେରିଛି ।

୨୦୨୨ ଏପ୍ରିଲରୁ ନଭେମ୍ବର ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇଛି । ୨୦୨୨ ନଭେମ୍ବର ସୁଦ୍ଧା ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇ ଟାର୍ଗେଟ ଛୁଇଁଛି  । ସହରରେ ବେରୋଜଗାର ହାର ହ୍ରାସ ପାଉଥିବା ବେଳେ ଇପିଏଫଓରେ ପଞ୍ଜିକରଣ ବୃଦ୍ଧି ହୋଇଛି । ବିଭିନ୍ନ ଆର୍ଥିକ ସଂସ୍ଥା ଦ୍ୱାରା ଋଣ ପ୍ରଦାନ ବଢ଼ିଛି । ୨୨୦ କୋଟିରୁ ଅଧିକ କୋଭିଡ୍ ଭ୍ୟାକ୍ସିନ୍ ଡୋଜ୍ ଦିଆ ଯାଇଛି । ୨୦୪୭ ସୁଦ୍ଧା ଭାରତ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଲାଗି ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜନ ମିଶନରେ କାମ କରୁଛି ।