କରୋନାରେ ଚାଲିଗଲେ ଫ୍ଳାଇଂ ଶିଖ୍ ମିଲଖା ସିଂହ

1 min read

ନୂଆଦିଲ୍ଲୀ: ପରଲୋକରେ ଫ୍ଲାଇଂ ଶିଖ୍ ମିଲଖା ସିଂ । କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଛି । ଗତ ମେ’ ମାସରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । କିଛି ଦିନ ହୋମ୍‌ ଆଇସୋଲେସନରେ ରହିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ ଖରାପ ହୋଇଥିଲା । ଫଳରେ ତାଙ୍କୁ ଜୁନ୍‌ ୩ ତାରିଖରେ ଚଣ୍ଡିଗଡ଼ର PGIMER ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ ମେଡିକାଲ କର୍ତ୍ତୃପକ୍ଷ । ହେଲେ ଗତ କାଲି ରାତିରେ ତାଙ୍କର ଦୋହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । କିଛି ଦିନ ତଳେ ତାଙ୍କ ଧର୍ମପତ୍ନୀ ନିର୍ମଲ ମିଲଖାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ମିଲଖାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ବିୟୋଗରେ ଗଭୀର ମର୍ମାହତ ବୋଲି କହିଛନ୍ତି ରାଷ୍ଟ୍ରପତି । ମିଲଖା ସିଂହଙ୍କ ଜୀବନି, ସଂଘର୍ଷ ଏବଂ ଚରିତ୍ର ଯୁବପୀଢୀ ତଥା ଅନ୍ୟାମାନଙ୍କ ପାଇଁ ପ୍ରେରଣା ପାଲଟିବ । ଆହୁରି ମଧ୍ୟ ରାଷ୍ଟ୍ରପତି ଜଣାଇଛନ୍ତି ଯେ, ଶୋକସନ୍ତପ୍ତ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି । ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏକ ମହାନ୍ ଖେଳାଳିଙ୍କୁ ହରାଇଲୁ । ଭାରତୀୟ ଦଳରେ ମିଲଖା ସିଂହଙ୍କ ସ୍ଥାନ ସ୍ବତନ୍ତ୍ର । ସେ ଆହୁରି କହିଛନ୍ତି ଯେ, ମିଲଖାଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପ୍ରେରଣା । ମୁଁ ତାଙ୍କ ମୃତ୍ୟୁରେ ଗଭୀର ମର୍ମାହତ ।

ଏଥିସହିତ ପଢ଼ନ୍ତୁ: କୋଭିଡରେ ଆଖି ବୁଜିଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

 

Leave a Reply