ଖୋଲିଲା ହାରାକୁଦର ଆଉ ୪ ଗେଟ୍, ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି
ଭୁବନେଶ୍ୱର: ହୀରାକୁଦର ଖୋଲିଲା ଆଉ ୪ ଟି ଗେଟ୍ । ଗତକାଲି ରାତିସୁଦ୍ଧା ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ଆଜି ପର୍ଯ୍ୟାୟକ୍ରମେ ୧୪ ଟି ଗେଟ୍ ଖୋଲିଛି । ଏବେ ହୀରାକୁଦର ମୋଟ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଛତିଶଗଡ଼ ପଟୁ ଅଧିକ ଜଳ ପ୍ରବାହ କାରଣରୁ ଅଧିକ ଗେଟ୍ ଖୋଲିବାକୁ ଜଳସମ୍ପଦ ବିଭାଗ ନିଷ୍ପତ୍ତି ନେଇଛି । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଏହି ସୂଚନା ଦେଇଛନ୍ତି ।
ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୭ଲକ୍ଷ ୭୦ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି । ଅପରାହ୍ନ ସୁଦ୍ଧା ହୀରାକୁଦ ଜଳସ୍ତର ୬୨୬ ଦଶମିକ ୫୮ଫୁଟ ଥିଲା । ସ୍ଥିତି ଦେଖି ନିଆଯାଉଛି ନିଷ୍ପତ୍ତି । ହୀରାକୁଦର ୪୦ଟି ଗେଟ୍ ଖୋଲିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ । ପୂର୍ବରୁ ମଧ୍ୟ ହୀରାକୁଦର ୪୦ରୁ ଅଧିକ ଗେଟ୍ ଖୋଲାଯାଇଥିଲା ।
ଦୁଇ ତିନି ୩ ଦିନ ବର୍ଷା ନଥିବାରୁ ଜଳଭଣ୍ଡାରରୁ ପାଣି ଛାଡ଼ିବାରେ ଅସୁବିଧା ନାହିଁ । ଉଚ୍ଚ ମଧ୍ୟମ ଧରଣର ବନ୍ୟା ସ୍ଥିତି ହେବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି । ହୀରାକୁଦ ପାଣି କଟକ ମୁଣ୍ଡଳୀରେ ପହଞ୍ଚିବାକୁ ୩୬ଘଣ୍ଟା ଲାଗୁଛି । ଆଗକୁ ଆଉ ଏକ ଲଘୁଚାପ ଆସୁଥିବାରୁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।