ମହାନଦୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର: ମହାନଦୀରେ ହୋଇପାରେ ମଧ୍ୟମ ଧରଣର ବନ୍ୟା । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । ହୀରାକୁଦ ଡ୍ୟାମରୁ ବହୁତ ପାଣି ଆସୁଛି । ତାକୁ ରେଗୁଲେଟ କରାଯାଉଛି । ଆଶା କରାଯାଉଛି ମୁଣ୍ଡଳୀଠାରେ ୧୦ ଲକ୍ଷ ୫୦ ହଜାର କ୍ୟୁସେକ ବନ୍ୟାଜଳ ଅତିକ୍ରମ କରିବ। ଏଥିପାଇଁ ଜଳସମ୍ପଦ ବିଭାଗ ସଜାଗ ଥିବା ବେଳେ ବିଭିନ୍ନ ନଦୀବନ୍ଧ ଉପରେ ନଜର ରଖାଯାଇଛି । ବଡ ଘାଇ ହେବାର ସମ୍ଭାବନା ନଥିବା କହିଛନ୍ତି ସୁରେଶ ମହାପାତ୍ର ।

ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି ଆବଶ୍ୟକୀୟ ପଦକ୍ଷେପ ନେବେ। ପାଟ୍ରୋଲିଂ କରାଯିବ। ତଳିଆ ଅଂଚଳରେ ବସବାସ କରୁଥିବା ଲୋକଙ୍କ ଘରେ ବର୍ଷା ପାଣି ପଶିଛି। ଆବଶ୍ୟକୀୟ ସ୍ଥଳେ ସ୍ଥାନାନ୍ତର କରିବା ପାଇଁ କୁହାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଅନ୍ୟପଟେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ତଳୀଆ ଅଞ୍ଚଳ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅନେକ ଅଞ୍ଚଳ ଜଳମଗ୍ନ ରହିଛି । ଆଗକୁ ଜଳସ୍ତର ବଢ଼ିବା ନେଇ କୁହାଯାଉଛି ।