ବାତ୍ୟା ପରେ ବୈତରଣୀରେ ଆସୁଛି ମଧ୍ୟମ ଧରଣର ବନ୍ୟା, ସ୍ଥିତି ସ୍ପଷ୍ଟ କଲେ ଏସଆରସି,

ଭୁବନେଶ୍ୱର: ବାତ୍ୟା ପରେ ଚାଲିଛି ତ୍ୱରିତ ପୁନରୁଦ୍ଧାର  । ଆବଶ୍ୟକ ସେବା ଯୋଗାଇବାରେ ନ୍ୟସ୍ତ କର୍ମଚାରୀ  । ବାତ୍ୟା ପରେ କଣ ରହିଛି ସ୍ଥିତି, ସରକାରଙ୍କ ଆଗାମୀ ପଦକ୍ଷେପ କଣ । ସେନେଇ ସାମ୍ୱାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା  । ବାତ୍ୟା ପରେ ବୈତରଣୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ବିପଦ ଓଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀରେ ବନ୍ୟାଜଳ । ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇଛି । ବୁଢାବଳଙ୍ଗରେ ଫ୍ଲାସ୍ ଫ୍ଲଡ୍ ସମ୍ଭାବନା ଥିଲା, କିନ୍ତୁ ବନ୍ୟା ସ୍ଥିତି ଟଳିଯାଇଛି ବୋଲି କହିଛନ୍ତି ଏସଆରସି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବନ୍ୟା ସ୍ଥିତି ନାହିଁ । କେନ୍ଦୁଝର ଜିଲ୍ଲାରେ 27 ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ରେ 113 ମିମି, ଅନୁଗୁଳରେ 58ମିମି, କେନ୍ଦୁଝର ଯୋଡାରେ 269ମିମି ବର୍ଷା ହୋଇଛି । 8ଟି ବ୍ଲକରେ 2ଶହ ମିମି ବର୍ଷା ହୋଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ସାଢେ 6 ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାରୁ 3ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ଏସଆରସି  ।

ବାଲେଶ୍ୱରରୁ ସର୍ବାଧିକ ଲକ୍ଷେ 90ହଜାର ଲୋକ ସ୍ଥାନାନ୍ତର ହୋଇଥିଲେ । ତେବେ ବାତ୍ୟା ସମୟରେ କିଛି ସ୍ଥାନରେ ଲୋକେ ରାସ୍ତା କାଟି ଦେଇଛନ୍ତି । ଏହି ରାସ୍ତାକୁ ସନ୍ଧ୍ୟା ସୁଦ୍ଧା ମରାମତି କରାଯିବ । ପାଣି ଛାଡିଲା ପରେ ଆବଶ୍ୟକତା ଅନୁସାରେ ମରାମତି ହେବ । ପାଣି ସମସ୍ୟା ନହେବା ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଅତିରିକ୍ତ ପାଣି ଟ୍ୟାଙ୍କର ପଠାଯାଉଛି । ପ୍ରଭାବିତ ଅଞ୍ଚଳରେ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ମିଳିବ ବୋଲି କହିଛନ୍ତି ଏସଆରସି ।

Leave a Reply