କାଲି ଉପୁଜିବ ବନ୍ୟା ପରିସ୍ଥିତି: ୭ ଉପକୂଳ ଜିଲ୍ଲାକୁ ଆଲର୍ଟ

ସମ୍ୱଲପୁର: ଚଳିତ ବର୍ଷ ମହାନଦୀରେ ଆସୁଛି ପ୍ରଥମ ବନ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା କଟକ ମୁଣ୍ଡଳିରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ । ଏଥିପାଇଁ ୭ଟି ଉପକୂଳ ଜିଲ୍ଲାକୁ ଆଲର୍ଟ କରାଯାଇଛି । ଆସନ୍ତାକାଲି ରାତି ସୁଦ୍ଧା କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିବ । ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଓଡ୍ରାଫ, ଏନ୍‌ଡିଆରଏଫ ଓ ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି । ଲଘୁଚାପ ପ୍ରଭାବରେ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ହୀରାକୁଦରେ ଜଳସ୍ତର ବଢୁଛି । ଏବେ ପ୍ରତି ସେକେଣ୍ଡରେ ୫ ଲକ୍ଷ ୧୨ ହଜାର ୨୪୦ କ୍ୟୁସେକ ଜଳ ପ୍ରବେଶ କରୁଛି । ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ୪ଲକ୍ଷ ୮୬ ହଜାର କ୍ୟୁସେକ ଜଳ ।

ଅନ୍ୟ ପକ୍ଷରେ ବିପଦ ସଂକେତ ଟପିଲି ସୁବର୍ଣ୍ଣରେଖା। ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ। ସକାଳ ୭ଟା ସୁଦ୍ଧା ବିପଦ ସଙ୍କେତ ଟପି ୧୦. ୪୧ ମିଟରରେ ଜଳ ପ୍ରବାହିତ ହେଉଛି। ବାଲିଆପାଳ ଓ ଭୋଗରାଇ ତଳିଆ ଅଞ୍ଚଳରେ ପଶିଲା ସୁବର୍ଣ୍ଣ ରେଖା ବନ୍ୟା ଜଳ ଲୋକେ ଭୟଭୀତ ।

ଏଥିସହିତ ପଢ଼ନ୍ତୁ: ଗୋକର୍ଣ୍ଣପୁର ନିକଟରେ ଅଜଣାଗାଡ଼ି ଧକ୍କାରେ ୨ ମହିଳା ମୃତ

Leave a Reply