ଆସାମରେ ବନ୍ୟା ବିତ୍ପାତ, ପାଣିଘେରରେ ପାଞ୍ଚ ଲକ୍ଷ ଲୋକ

1 min read

ଦିସପୁର: ଆସାମରେ ବନ୍ୟା ସ୍ଥିତି ସଂଗୀନ । ଚାରିଆଡ଼େ ଜଳପ୍ରଳୟର ଚିତ୍ର । ବନ୍ୟା ଯୋଗୁ ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା ଯୋଗୁ ୨୨ ଜିଲ୍ଲା ଅତ୍ୟଧିକ ପ୍ରଭାବିତ ହୋଇଛି । ସପ୍ତାହେ ଧରି ବନ୍ୟାସ୍ଥିତି ଲାଗି ରହିଥିବା ବେଳେ ଭାସିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଶ୍ରୟସ୍ଥଳରେ ୧୪ ହଜାରରୁ ଅଧିକ ବିପନ୍ନ ଆଶ୍ରୟ ନେଇଛନ୍ତି । ସେପଟେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅନେକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି ।

ବ୍ରହ୍ମପୁତ୍ର ନଦୀ ସମେତ ପୁଥିମାରୀ, ପାଗଲଡିଆ, ମାନସ ଆଦି ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି । ସେନା, NDRF, SDRF ଓ ଅଗ୍ନିଶମ ବାହିନୀ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଆଜି ବି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।