ଶୋଇଥିବା ବେଳେ ମାଡ଼ିଆସିଲା ବନ୍ୟାପାଣି, ଭାସିଗଲେ ଅଞ୍ଚଳବାସୀ

ଥିମ୍ଫୁ: ଶୋଇଥିବା ବେଳେ ମାଡ଼ିଆସିଲା ବନ୍ୟାପାଣି । ମୂଷଳ ଧାରା ବର୍ଷା ଯୋଗୁ ଭୁଟାନରେ ଜଳ ପ୍ରଳୟ। ଆଉ ଏଥିରୁ ବର୍ତ୍ତିପାରିନି ନେପାଳ । ନେପାଳରେ ମଧ୍ୟ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।  ନଦୀରେ ପ୍ରବଳ ଜଳ ପ୍ରବାହ ଯୋଗୁ ଭୁଟାନର ପାହାଡ଼ ପାଦଦେଶରେ ରହୁଥିବା ଲୋକଙ୍କ ମଧ୍ୟରୁ ଅନେକ ଭାସି ଯାଇଥିବା ବେଳେ ୧୦ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ମଧ୍ୟରାତ୍ରୀରେ ବନ୍ୟା ଜଳ ମାଡ଼ି ଆସିବା କାରଣରୁ ପାହାଡ଼ ତଳିଆ ଅଞ୍ଚଳବାସୀ ଶୋଇଥିବା ଅବସ୍ଥାରେ ଭାସି ଯାଇଥିଲେ । ରାଜଧାନୀ ଥିମ୍ଫୁଠାରୁ ପ୍ରାୟ ୬୦ କିଲୋମିଟର ଦୂର ଲାୟା ନିକଟରେ ଥିବା ଏକ କ୍ୟାମ୍ପ  ଧୋଇଯାଇଥିବା ମଧ୍ୟ ରିପୋର୍ଟ ମିଳିଛି । ୨ଟି ହେଲିକପ୍ଟର ଯୋଗେ ଉଦ୍ଧାରକାରୀ ଦଳ ପ୍ରବାଭିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସେପଟେ ନେପାଳରେ ଏବେ ସୁଦ୍ଧା ୭ଜଣ ନିଖୋଜ ଥିବା ସୂଚନା ମିଳିଛି । ବନ୍ୟା ସ୍ଥିତି ଯୋଗୁ ଅନେକ ପୋଲ ଭୁଶୁଡ଼ି ପଡ଼ିଥିବାରୁ ଉଦ୍ଧାରକାରୀ ଦଳଗୁଡ଼ିକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଗତ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ଯୋଗୁ ମଧ୍ୟ ନେପାଳର ସିଂଘୁପାଲଚୌକ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

Leave a Reply