ଲିଫ୍ଟରେ ଚାପି ହୋଇ ୫ ବର୍ଷୀୟ ଶିଶୁର ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ଧାରାବୀ ଅଞ୍ଚଳରେ ଶନିବାର ଅପରାହ୍ନରେ ଏକ ଲିଫ୍ଟରେ ଚାପି ହୋଇ ଜଣେ ପାଞ୍ଚ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି।

ମୃତ ଶିଶୁର ନାମ ହୋଜେଫା ଶେଖ ବୋଲି ଜଣାପଡିଛି। ହୋଜେଫା ତାଙ୍କ ୭ ବର୍ଷୀୟ ବଡ ଭଉଣୀ ଏବଂ ୩ ବର୍ଷୀୟ ସାନ ଭଉଣୀ ସହିତ ଲିଫ୍ଟରେ ଚତୁର୍ଥ ମହଲାରେ ଥିବା ଘରକୁ ଯାଉଥିଲେ । ଚତୁର୍ଥ ମହଲାରେ ଲିଫ୍ଟ ପହଞ୍ଚିବା ପରେ ଗ୍ରିଲ୍ ଏବଂ କାଠ କବାଟ ଖୋଲି ଦୁଇ ଭଉଣୀ ବାହାରକୁ ବାହାରିଥିଲେ । ହେଲେ ହୋଜେଫା ଲିଫ୍ଟର ଗ୍ରିଲ୍ ବନ୍ଦ କରି ବାହାରକୁ ଆସିବା ପୂର୍ବରୁ ଦୁର୍ଭାଗ୍ୟବଶତଃ କାଠ କବାଟ ଆପେଆପେ ବନ୍ଦ ହୋଇଯାଇଥିଲା । ଲିଫ୍ଟରେ ଚାପି ହେଇଯିବାରୁ ତା’ର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ପରେ ତାକୁ ଉଦ୍ଧାର କରାଯାଇ ସିଅନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ବାପା ମେଡିକାଲରେ ପହଞ୍ଚିବା ବେଳକୁ ଡାକ୍ତରମାନେ ହୋଜେଫାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାରେ  ସାହୁ ନଗର ପୋଲିସ ଏକ ଆକ୍ସିଡେଣ୍ଟାଲ୍ ଡେଥ୍ ରିପୋର୍ଟ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହି ଦୁର୍ଘଟଣାରେ  ଲିଫ୍ଟରେ ଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଯାଞ୍ଚ କରୁଛି ପୋଲିସ ।

ପୋଲିସର ସୂଚନା ଅନୁଯାୟୀ ଲିଫ୍ଟ ଚଳାଚଳରେ ଯଦି କୖାେଣସି ତ୍ରୁଟି କିମ୍ୱା କାହାର କର୍ତ୍ତବ୍ୟହୀନତା ଥିବା ଜଣାଯାଏ, ତାହେଲେ ସେନେଇ ମାମଲା ମଧ୍ୟ ରୁଜୁ କରାଯିବ ।

Leave a Reply