ଆଜି ନୂଆ ସରକାର ଡକାଇଛନ୍ତି ପ୍ରଥମ କୁଳପତି ବୈଠକ

ଭୁବନେଶ୍ବର: ନୂଆ ସରକାର ପ୍ରଥମ ଥର ପାଇଁ ଡକାଇଛନ୍ତି କୁଳପତି ବୈଠକ। ଆଜି ଦିନ ୧୧.୩୦ ରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । କୁଳପତିମାନଙ୍କ ସମେତ ରେଜିଷ୍ଟ୍ରାର, କଲେଜ ଅଧ୍ୟକ୍ଷ ଓ ଶିକ୍ଷାବିତମାନେ ଯୋଗ ଦେବେ । ଏଥିରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ ନେଇ ଆଲୋଚନା ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନଲାଇନରେ ଯୋଗ ଦେଇ ପାରନ୍ତି ।

ଓଡ଼ିଶାରେ ଏନ୍ଇପି-୨୦୨୦ କିପରି ଲାଗୁ କରାଯିବ, ସେନେଇ ଉଚ୍ଚଶିକ୍ଷା ବିଭାଗ ଏହି ଉଚ୍ଚସ୍ତରୀୟ ବୈଠକ ଡାକିଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବାକୁ ଥିବା ବୈଠକରେ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି, ପିଜି କାଉନସିଲ୍ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ, ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଯୋଗ ଦେବେ।

ଏନ୍ଇପିରେ କେଉଁ ସବୁ ସୁବିଧା ରହିଛି, ଓଡ଼ିଶାରେ ଲାଗୁ କରିବାକୁ କେତେ ପ୍ରସ୍ତୁତ, କେଉଁ ଶିକ୍ଷା ବର୍ଷରୁ ୟୁଜି କିମ୍ବା ପିଜିରେ ନୂଆ ବ୍ୟବସ୍ଥା ଲାଗୁ କରାଯାଇ ପାରିବ ଆଦି ବିଷୟରେ ଏହି ବୈଠକରେ ମତାମତ ନିଆଯିବ ।

ନଜର ପକାନ୍ତୁ