ପ୍ରଥମ ଦୃଷ୍ଟିବାଧିତ IAS

1 min read

ଜନ୍ମରୁ ସେ ଅନ୍ଧ। ଦୁନିଆକୁ ସିନା ଦେଖିପାରିଲେନି କିନ୍ତୁ ଅନ୍ୟକୁ ଦୁନିଆ ଦେଖାଇବାର ନିଶା ଆଜି ତାଙ୍କୁ ପରିଚିତି ଦେଇଛି। ସାରା ଦେଶରେ ପ୍ରଥମ ଦୃଷ୍ଟିବାଧିତ ମହିଳା IAS ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରାଞ୍ଜଲ ପାଟିଲ୍। କେରଳ ଥିରୁଅନନ୍ତପୁରମର ଉପଜିଲ୍ଲାପାଳଭାବେ ସେ ଦାୟିତ୍ୱ ଗ୍ରହଣ କରିବା ପରେ ସବୁ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଥିରୁଅନନ୍ତପୁରମ୍ ଜିଲ୍ଲାପାଳ କେ. ଗୋପାଳ କ୍ରିଷ୍ଣନ୍ ପ୍ରାଞ୍ଜଲଙ୍କୁ ସ୍ୱାଗତ କରିଥିଲେ।
ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ସେ ଇଣ୍ଟରନାଲ୍ ରିଲେସନ୍ସ ଉପରେ ସ୍ନାତକୋତ୍ତର ପାସ୍ କରିବା ପରେ ସିଭିଲ୍ ସର୍ଭିସ ପାଇଁ ପ୍ରସ୍ତୁତି କରିଥିଲେ। ୨୦୧୬ରେ ୟୁପିଏସସି ପରୀକ୍ଷାରେ ସେ ୭୭୩ ରାଙ୍କ ଅଧିକାର କରିଥିଲେ। ଭାରତୀୟ ରାଜସ୍ୱ ସେବାରେ ତାଙ୍କର ଚାକିରି ହୋଇଥିଲେ ମଧ୍ୟ ଦୃଷ୍ଟିବାଧିତ କାରଣରୁ ସେ ଏଥିରେ ଭର୍ତି ହୋଇପାରିନଥିଲେ। ୨୦୧୭ରେ ସେ ୧୨୪ ରାଙ୍କରେ ଉତୀର୍ଣ୍ଣ ହୋଇ ସିଧାସଳଖ ଆଇଏଏସ୍ରେ ଯୋଗଦାନ କରିଥିଲେ। ')}

Leave a Reply