ଏଣିକି ଆକାଶ ପଥରେ ରାଉରକେଲା, ଭୁବନେଶ୍ୱରରୁ ଉଡ଼ିଲା ବିମାନ

ଭୁବନେଶ୍ୱର: ସରିଲା ପ୍ରତୀକ୍ଷା । ଏଣିକି ଆକାଶ ପଥରେ ରାଉରକେଲା । ଆଜିଠୁ ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିଛି ବିମାନ। ସକାଳ 10 ଟା 45ରେ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରିଛି ଆଲାଏନ୍ସ ଏୟାର ବିମାନ । ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସି ଜରିଆରେ ସାମିଲ ହୋଇଛନ୍ତି । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଅଛନ୍ତି ।

10 ଟା 45ରେ ଭୁବନେଶ୍ବରରୁ ଉଡାଣ ଆରମ୍ଭ କରି ୧୧ଟା ୪୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଛି ବିମାନ । ଏହାପରେ 12 ଟା 5ରେ ରାଉରକେଲାରୁ ବାହାରି ଅପରାହ୍ମ ଗୋଟାଏରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ । 12 ତାରିଖରୁ ଦୈନିକ ଉଡାଣ ଜାରି ରହିବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ଦିନ 2ଟା 55ରେ ଛାଡ଼ି ରାଉରକେଲାରେ 3 ଟା 50ରେ ପହଞ୍ଚିବ।

ରାଉରକେଲାରୁ 4ଟା 15ରେ ବାହାରି ଭୁବନେଶ୍ବରରେ 5ଟା 10ରେ ପହଞ୍ଚିବ । ଭୁବନେଶ୍ବରରୁ ରାଉରକେଲା ବିମାନ ଟିକେଟ ମୂଲ୍ୟ ରହିଛି 2ହଜାର 803ଟଙ୍କା । ସେହିଭଳି ରାଉରକେଲାରୁ ଭୁବନେଶ୍ବର ଟିକେଟ ମୂଲ୍ୟ ରହିଛି 2ହଜାର 721ଟଙ୍କା । ବିମାନରେ ରହିବ 72 ସିଟର ବ୍ୟବସ୍ଥା ରହିଛି । ବିମାନରେ ଆଜି ନ୍ୟୁଜିଲାଣ୍ଡ ଟିମ୍ ରାଉରକେଲା ଗସ୍ତ କରିବ ।