ଖାଇବାକୁ ଆସି କଲେ ଗୁଳିମାଡ଼, ମେଡିକାଲରେ ମାଲିକଙ୍କ ମୃତ୍ୟୁ

ନୂଆପଡା: ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଥିବା ବାସନ୍ତୀ ଢ଼ାବାରେ ଫୁଟିଲା ଗୁଳି । ଯୁବକଙ୍କ ଗୁଳି ମାଡ଼ରେ ହୋଟେଲ ମାଲିକଙ୍କ ମୃତ୍ୟୁ ହୋଇଛି ।
ହୋଟେଲ ମାଲିକ ବାସନ୍ତୀ ମେହେରଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟ ହୋଇଛି ।
ସୂଚନା ମୁତାବକ ହୋଟେଲକୁ ୮ ଟା ସମୟରେ ଦୁଇ ଯୁବକ ଖାଇବାକୁ ଆସିଥିଲେ । ପରେ ଯୁବକ ଦ୍ୱୟ ହୋଟେଲରେ ମହିଳାଙ୍କୁ ସିଗାରେଟ ମାଗିଥିଲେ । ଏହି ସମୟରେ ଜଣେ ଯୁବକ ମହିଳାଙ୍କୁ ଗୁଳି କରିଥିଲେ । ଗୁଳିମାଡ଼ କରିବା ପରେ ଦୁଇ ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖଡ଼ିଆଳ ପୋଲିସ ପହଂଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।