ଗଛ ଭାଙ୍ଗି ବିଦ୍ୟୁତ ତାର ଛିଡ଼ିଯିବାରୁ ରକ୍ତ ଭଣ୍ଡାରରେ ଲାଗିଲା ନିଆଁ, ପୋଡ଼ିଗଲା ୫ ଟି ଫ୍ରିଜ୍‌

ବୁର୍ଲା: ବୁର୍ଲା ଭିମସାର ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ । ପୋଡ଼ିଗଲା ରକ୍ତ ଭଣ୍ଡାର  ଫ୍ରିଜର । ସଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ରକ୍ତଭଣ୍ଡାରରେ  ଥିବା ୮ଟି ଫ୍ରିଜରରୁ ୫ଟି ପୋଡିଯାଇଥିବା ସୂଚନା ମିଳିଛି । ଫ୍ରିଜରକୁ ରକ୍ତ ଓ ପ୍ଲାଜମାକୁ ସୁରକ୍ଷିତ ଭାବେ ରଖିବାରେ ବ୍ୟବହାର କରାଯାଇଥାଏ । ଏବେ ୩ଟି ଫ୍ରିଜରରେ ସମସ୍ତ ଗ୍ରୁପର ରକ୍ତକୁ ରଖାଯାଇଛି । ସୂଚନାଅନୁସାରେ ରକ୍ତଭଣ୍ଡାର ସମ୍ମୁଖରେ ଥିବା ଏକ ଗଛ ଭାଙ୍ଗିଯାଇ ବିଦ୍ୟୁତ ତାର ଉପରେ ଛିଡିପଡ଼ିଥିଲା । ଫଳରେ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା ।

 

ତେବେ କରୋନା ମହାମାରୀ ସମୟରେ କୋଭିଡ ରୋଗୀଙ୍କୁ ପ୍ଲାଜମା ଯୋଗାଇ ଦିଆଯାଉଛି । ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରି ଏହି ରକ୍ତଭଣ୍ଡାରରେ ରଖାଯାଇଥାଏ । ତେବେ ରକ୍ତଭଣ୍ଡାରର ଅଧାରୁ ଅଧିକ ଫ୍ରିଜର ଏକା ସାଙ୍ଗରେ ଖରାପ ହୋଇଯାଇଥିବା ଫଳରେ ଏହା ଚିନ୍ତାର ବିଷୟ ପାଲଟିଛି । ଯଦି ଏହି ଫ୍ରିଜ ଗୁଡ଼ିକୁ ଶିଘ୍ର ମରାମତି ନ କରାଯାଏ ତେବେ ଆଗକୁ ସମସ୍ୟା ସୃଷ୍ଟି ହେବ ।

Leave a Reply