କଟକ ମଙ୍ଗଳାବାଗ୍ ଔଷଧ ଗୋଦାମରେ ଅଗ୍ନିକାଣ୍ଡ, ୫ ଦମକଳ ନିୟୋଜିତ

ଭୁବନେଶ୍ୱର : କଟକର ମଙ୍ଗଳାବାଗରେ ଥିବା ଆନ୍ଧ୍ର ବ୍ୟାଙ୍କ ପାଖ କୋଠାରେ ଅଗ୍ନିକାଣ୍ଡ ହୋଇଛି । ମେଡିକାଲ ପାଖ ଏକ ସର୍ଜିକାଲ ଆଇଟମ ଦୋକାନ ତଥା ମେଡିକାଲ୍ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି ।

ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ, ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ୫ଟି ଦମକଳ ଗାଡି ନିୟୋଜିତ ଅଛନ୍ତି । ନିଆଁକୁ ଆୟତ୍ତ କରିବାକୁ ସବୁ ପ୍ରକାର ପ୍ରୟାସ କରାଯାଉଛି । ତେବେ ପ୍ରବଳ ଧୂଆଁ କାରଣରୁ ପାଖ ଆଖ କୋଠାରୁ ଲୋକେ ବାହାରକୁ ଆସିଯାଇଛନ୍ତି ।

ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

Leave a Reply