କୋଭିଡ୍ ନିୟମ ଉଲଙ୍ଘନ କରି ଅଡୁଆରେ ବିଜେପି ନେତା, ଜୟନାରାୟଣ ମିଶ୍ରଙ୍କ ନାମରେ ଏତଲା…….

Jayanarayan Mishra FIR

ଅଡୁଆରେ ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଳି ବିଜେପି ବିଧାୟକ ନାଉରୀ ନାୟକ । କୋଭିଡ ନିୟମ ଉଲଙ୍ଘନ ସହ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ଅସଦାଚରଣ ଅଭିଯୋଗରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଉଭୟଙ୍କ ବିରୋଧରେ ଆଇପିସିର ଧାରା 143/188, 447,332,353,294,269,270,336, 506, 149 ଓ ଏପିଡେମିକ୍ସ ଆକ୍ଟର ଧାରା 7ରେ ମାମଲା ରୁଜୁ କରାଯାଇଥିବା ଜିଲ୍ଲା ପୋଲିସ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ସମ୍ବଲପୁର ବିଧାୟକଙ୍କ ଦାଦାଗିରି ।

ମହାମାରୀ ସମୟରେ କୋଭିଡ ନିୟମ ଉଲଂଘନ କରି ଜିଲ୍ଲାପାଳ ଅଫିସରେ ଧସେଇ ପଶିଲେ ଜୟନାରାୟଣ ମିଶ୍ର । ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପର୍କରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବା ପାଇଁ ବିରାଟ ପଟୁଆରରେ ବାହାରିଥିଲେ ସମ୍ବଲପୁର ବିଜେପି ବିଧାୟକ ଓ ୨୦ରୁ ଅଧିକ ସମର୍ଥକ । ସେମାନଙ୍କ ମଧ୍ୟରେ ନା ଥିଲା ସମାଜିକ ଦୂରତା, ନା ଥିଲା କୋଭିଡ୍‌ କଟକଣାର ଭୟ । କୋଭିଡ୍‌ ନିୟମ ଅନୁସାରେ, ଏଭଳି କାର୍ଯ୍ୟକ୍ରମରେ ୭ରୁ ଅଧିକ ଲୋକ ଯାଇପରିବେ ନାହିଁ । ଏପରିକି ସମସ୍ତଙ୍କ ମଧ୍ୟରେ ୨ ହାତ ଦୂରତା ରଖିବାର ବି ନିୟମ ରହିଛି । ହେଲେ କୌଣସି ନିୟମକୁ ଖାତିର କରିନାହାନ୍ତି ବିଧାୟକ ।

ସବୁଠାରୁ ବଡ଼ କଥା ହେଲା ଏହି କୋଭିଡ୍‌ ନିୟମ ଖୋଦ୍‌ କେନ୍ଦ୍ର ସରକାର କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଏହାକୁ ମାନିବାକୁ ପରାମର୍ଶ ଦେଇଛନ୍ତି । ହେଲେ ଓଡ଼ିଶାରେ ଖୋଦ ବିଜେପି ନେତା ହିଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ମାନୁନଥିବା ଦେଖାଯାଇଛି । ବିଧାୟକ ଜୟନାରାଣ ମିଶ୍ର କିଭଳି କୋଭିଡ୍‌ ନିୟମ ଭାଙ୍ଗିଛନ୍ତି, ସେନେଇ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି, ବିଧାୟକଙ୍କ ଦାଦାଗିରି । ପ୍ରଥମେ ଏକ ପଟୁଆରରେ ଆସି ଜୟନାରାୟଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଆଉ ଏତେ ସଂଖ୍ୟକ ଲୋକଙ୍କୁ ଦେଖି ଜିଲ୍ଲାପାଳଙ୍କ ଅଫିସ ପକ୍ଷରୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ।

Leave a Reply