ପୁରୀ: ଧାଡ଼ି ପହଣ୍ଡି ପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଦେଉଳ ଭିତରୁ ଧାଡ଼ିରେ ଛୁଟି ଆସିଛନ୍ତି ମହାପ୍ରଭୁ। ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ମଝିରେ ଆସିଥିଲେ ଗେଲି ଭଉଣୀ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଟାହିଆକୁ ଦୋହଲାଇ ହୋହଲାଇ ଆସିଥିଲେ ନଟବର ନଟିଆ କାଳିଆ ସାଆନ୍ତ ମହାବାହୁ। ଜଣଙ୍କ ପରେ ଜଣେ ଆସି ରଥାରୂଢ଼ ହୋଇଥିଲେ। ଚତୁର୍ଦ୍ଧା ମୁରତିଙ୍କୁ ରଥ ଉପରେ ଦେଖି ବିଜିଛି ନେତ୍ର ଅଥୟ ହୋଇ ଉଠିଛି ପାଦ। ଘଣ୍ଟା ଘଣ୍ଟା ହରିବୋଲରେ ପ୍ରକମମ୍ପିତ ହୋଇ ଉଠିଛି ବଡ଼ ଦାଣ୍ଡ। ଏବେ ଖାଲି ଅପେକ୍ଷା ରଥ ଟଣାକୁ। ରାଜପ୍ରସାଦରୁ ରାଜା ଛେରାପହଁରା ସାରିବା ପରେ ଆରମ୍ଭ ହେବ ରଥ ଟଣା। ତେବେ କରୋନା କଟକଣା ଲାଗିଥିବାରୁ କେବଳ ପୋଲିସ ଏବଂ ସେବାୟତ ରଥ ଟାଣିବେ।

