ଫିଲ୍ମ ଅଭିନେତା ସୋନୁ ସୁଦ୍ ‘State Icon’ ଭାବେ ନିଯୁକ୍ତ

ଚଣ୍ଡିଗଡ଼: ଭାରତୀୟ ନିର୍ବାଚନ ଆୟୋଗ ବଲିଉଡ଼ର ଚର୍ଚ୍ଚିତ ଅଭିନେତା ତଥା ପ୍ରଯୋଜକ ସୋନୁ ସୁଦଙ୍କୁ ପଞ୍ଜାବ ରାଜ୍ୟର ‘ଷ୍ଟେଟ ଆଇକନ’ ଭାବେ ନିଯୁକ୍ତି ଦେବାକୁ ମଞ୍ଜୁର କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଡାଃ ଏସ କରୁଣା ରାଜୁ କହିଛନ୍ତି ଯେ, ସୋନୁ ସୁଦଙ୍କୁ ଷ୍ଟେଟ ଆଇକନ କରିବାକୁ ଭାରତୀୟ ନିର୍ବାଚନ ଆୟୋଗକୁ ଏକ ପ୍ରସ୍ତାବ ଦିଆଯାଇଥିଲା ଯାହାକୁ ମଞ୍ଜୁରି ମିଳିଛି ।

ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ, ରାଜ୍ୟରେ ସୋନୁ ସୁଦଙ୍କ ସହ ମିଶି ଲୋକଙ୍କୁ ନିର୍ବାଚନ ପ୍ରକ୍ରିୟା ସମ୍ବନ୍ଧିୟ ସଚେତନତା ବାର୍ତ୍ତା ଦେବ ଏବଂ ନିୟମାବଳୀକୁ ଦୃଷ୍ଟିରେ ରଖି  ପ୍ରଚାର କରିବ । ମେଗା ଜିଲ୍ଲାର ସୋନୁ ହିନ୍ଦି, ତାମିଲ, ତେଲୁଗୁ, କନ୍ନଡ ଭଳି ଫିଲ୍ମ କରି ସାରା ଦେଶରେ ପରିଚିତ ହୋଇପାରିଛନ୍ତି । ସୋନୁ ଲୋକଙ୍କ ସାହାଯ୍ୟ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଛନ୍ତି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା ଲକଡାଉନ ସମୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ସହ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ ସୋନୁ ସୁଦ । ଆଉ ଏହା ପରେ ସେ ହୋଇଯାଇଥିଲେ ପ୍ରବାସୀଙ୍କ ପାଇଁ ଜୀବନ୍ତ ଦେବତ । ଏହା ବ୍ୟତୀତ କରୋନା ସମୟରେ ତାଙ୍କ ସାହାସିକତା ଦେଖି ସଂଯୁକ୍ତ ରାଷ୍ଟ୍ର ଆମେରିକା ଡେଭେଲପମେଣ୍ଟ ପ୍ରୋଗ୍ରାମ ଦ୍ୱାରା ସୋନୁଙ୍କୁ ଏସ.ଡି ଜି ସ୍ପେସାଲ ହ୍ୟୁମାନିଟି ଆକ୍ସନ ପୁରସ୍କାର ମଧ୍ୟ ଦେଇଛି । ଏହାସହ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଏବଂ ପ୍ରଯୋଜନା ପାଇଁ ତାଙ୍କୁ ଭିନ୍ନ ଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମଧ୍ୟ ସମ୍ମାନିତ କରାଯାଇଛି ।

Leave a Reply