ମୁମ୍ବାଇ କାହାର ? ସଞ୍ଜୟ-କଙ୍ଗନାଙ୍କ ମଧ୍ୟରେ ଟ୍ୱିଟ୍ ଯୁଦ୍ଧ
1 min readମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ନେତା ସଞ୍ଜୟ ରାୱତଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି । ଜଣେ ପାଟି ଖୋଲିବା ବେଳକୁ ଆଉ ଜଣେ ଜିଭରୁ କଥା ଛଡ଼େଇ କରୁଛି କାଉଣ୍ଟର । ମୁମ୍ବାଇକୁ ନେଇ କଙ୍ଗନା ଦେଇଥିବା ବୟାନକୁ ନେଇ ସଞ୍ଜୟ ରାୱତ କାଉଣ୍ଟର ଆଟାକ୍ କରିଛନ୍ତି । ସଞ୍ଜୟ କହିଛନ୍ତି ମୁମ୍ବାଇ ମରାଠୀ ମଣିଷଙ୍କ ବାପାର । ମହାରାଷ୍ଟ୍ରର ଶତ୍ରୁଙ୍କୁ ଶେଷ ନକରି ଶିବସେନା ଚୁପ୍ ରହିବନି ବୋଲି କହିଛନ୍ତି ସଞ୍ଜୟ ।
मुंबई ही मराठी माणसाच्या बापाचीच आहे…ज्यांना हे मान्य नसेल त्यांनी त्यांचा बाप दाखवावा..शिवसेना अशा महाराष्ट्र दुष्मनांचे श्राद्ध घातल्या शिवाय राहाणार नाही.
promise.
जय हिंद
जय महाराष्ट्र— Sanjay Raut (@rautsanjay61) September 4, 2020
ଶୁକ୍ରବାର କଙ୍ଗନା ରଣାୱତ କହିଥିଲେ ସେ ସେପ୍ଟେମ୍ବର ୯ରେ ମୁମ୍ବାଇ ପହଞ୍ଚିବେ । ଯଦି କାହା ବାପାର ସାହାସ ଅଛି ତ ମୋତେ ଅଟକାଅ । କଙ୍ଗନାଙ୍କ ଏହି ବୟାନର ଜବାବ ଦେଇ ସଞ୍ଜୟ ରାୱତ ଟ୍ୱିଟ୍ କରି ଲେଖଥିଲେ- ମୁମ୍ବାଇ ମରାଠୀ ମଣିଷଙ୍କ ବାପାର । ଯାହାଙ୍କୁ ଏହା ପସନ୍ଦ ଆସୁନି, ସେ କୁହନ୍ତୁ ତାହାଲେ ବାପା କିଏ ? ଏତିକି ନୁହେଁ ସଞ୍ଜୟ ଆହୁରି ଲେଖଥିଲେ ମହାରାଷ୍ଟ୍ରର ଶତ୍ରୁଙ୍କୁ ଶେଷ ନକରିବା ଯାଏଁ ଚୁପ୍ ରହିବୁନି । ଏହି ଲାଇନ୍ ସହ ସଞ୍ଜୟ ‘ପ୍ରମିଜ୍’ ଲେଖିଥିଲେ ।
କଣ କହିଥିଲେ କଙ୍ଗନା ?
ଏହା ପୂର୍ବରୁ କଙ୍ଗନା ରଣାୱତ ଟ୍ୱିଟ୍ କରି ଲେଖିଥିଲେ- ମୁଁ ଦେଖୁଛି କେତେ ଜଣ ଲୋକ ମୋତେ ମୁମ୍ବାଇ ଫେରିବା ନେଇ ଧମକ ଦେଉଛନ୍ତି । ଏଥିପାଇଁ ମୁଁ ନିଷ୍ପତ୍ତି ନେଇଛି ସେପ୍ଟେମ୍ବର ୯କୁ ମୁମ୍ବାଇ ଯିବ । ମୁଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ଟାଇମ୍ ପୋଷ୍ଟ କରିବି । ଯଦି କାହାର ବାପାର ସାହାସ ଅଛି ତ ମୋତେ ଅଟକାଅ ।
किसी के बाप का नहीं है महाराष्ट्र, महाराष्ट्र उसी का है जिसने मराठी गौरव को प्रतिष्ठित किया है। और मैं डंके की चोट पे कहती हूँ हॉ मैं मराठा हूँ ,उखाड़ो मेरा क्या उखाड़ोगे? pic.twitter.com/MVvyiXiLzc
— Kangana Ranaut (Modi Ka Parivar) (@KanganaTeam) September 4, 2020
କଙ୍ଗନାଙ୍କ ଏହି ପୋଷ୍ଟକୁ ନେଇ ଆରମ୍ଭ ହୋଇଥିଲା ଟ୍ୱିଟ୍ ଯୁଦ୍ଧ । ସଞ୍ଜୟଙ୍କ ପରେ ଏହି ଯୁଦ୍ଧକୁ ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟ ଲମ୍ଫ ମାରିଛି । ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ କୁହାଯାଇଛି- କଙ୍ଗନା ପିଓକେ ସହ ମୁମ୍ବାଇକୁ ତୁଳନା କରିଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେଉ ।
ଶିବସେନା ନେତା ଅନୀଲ ପରବ ମଧ୍ୟ କଙ୍ଗନା ରଣାୱତଙ୍କୁ ଟାର୍ଗେଟ୍ କରିଛନ୍ତି । ସୁଶାନ୍ତ ସିଂହ ରାଜପୁତ ମାମଲାରେ ସିବିଆଇ ମୁମ୍ବାଇ ଆସିଛି । କିନ୍ତୁ କଙ୍ଗନା ଯାଞ୍ଚ ଏଜେନ୍ସିକୁ ଏବେ ଯାଏଁ କୌଣସି ତଥ୍ୟ କି ସୂଚନା ଦେଇନାହାଁନ୍ତି । ସେ କେବଳ ଟ୍ୱିଟ୍ କରୁଛନ୍ତି । ଅନୀଲ ସଞ୍ଜୟଙ୍କୁ ସମର୍ଥନ କରିବା ସହିତ ସେ ଯାହା କହିଛନ୍ତି ଠିକ୍ ବୋଲି କହିଛନ୍ତି ।