ଟ୍ରାଫିକ ପୋଲିସଙ୍କ ମହାନତା: ସାବାସୀ ଦେଲେ ପୋଲିସ କମିଶନର

1 min read

ଭୁବନେଶ୍ୱର: ପୁଣି ରାଜଧାନୀର ଟ୍ରଫିକ ପୋଲିସ ଦେଖାଇଲେ ମହାନତା । ନିଜ କର୍ତ୍ତବ୍ୟ ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି  ମହିଳା ଟ୍ରାଫିକ୍  ପୋଲିସ । ରାସ୍ତାରେ ପଡ଼ି ଛଟପଟ ହେଉଥିବା ମହିଳାଙ୍କୁ ବଢାଇଲେ ସାହାଯ୍ୟର ହାତ । ଟ୍ରାଫିକ ପୋଲିସଙ୍କ ମହାନତାକୁ ନେଇ ଏବେ ଚାରିଆଡ଼ୁ ଛୁଟୁଛି ପ୍ରଂଶସାର ସୁଅ । ଗୁରୁବାର ଦିନ ୧୦ଟା ସମୟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ XIMB ଛକରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଜଣେ ମହିଳା ସ୍କୁଟିରେ ଯାଉଥିବା ବେଳେ ହଠାତ୍ ଏକ ଅଜଣା ଅଟୋ ତାଙ୍କୁ ପଛ ପଟୁ ଧକ୍କା ଦେଇ ଚାଲିଯାଇ ଥିଲା । ଫଳରେ ମହିଳାଙ୍କ ପାଦରେ  ଗଭୀର ଆଘାତ ଲାଗିଥିଲା । ଏବଂ ସେ ଘଟଣାସ୍ଥଳରୁ ଉଠି ଆସିବାକୁ ସକ୍ଷମ ହୋଇ ନଥିଲେ । ଏହାକୁ ଦେଖି ସେଠାରେ ଥିବା କାର୍ଯ୍ୟରତ ଟ୍ରାଫିକ ପୋଲିସ ବଢାଇଥିଲେ ସହାଯ୍ୟର ହାତ ।

XIMB ଛକରେ ନିୟୋଜିତ ଥିବା ମହିଳା ଟ୍ରାଫିକ ପୋଲିସ ଜଣକ ସାଙ୍ଗେ ସାଙ୍ଗେ ଦୁର୍ଘଟଣାରେ ମହିଳାଙ୍କୁ ଫାଷ୍ଟଏଡ ଚିକିତ୍ସା ଦେଇଥିଲେ । ସିଧାସଳଖ ଟ୍ରାଫିକ ପୋଷ୍ଟରେ ଥିବା ଫାଷ୍ଟଏଡ କିଟରୁ ବ୍ୟାଣ୍ଡେଜ ଆଣି ଦୁର୍ଘଟଣା ପଡିଥିବା ମହିଳାଙ୍କ ଗୋଡ଼ରେ ଲଗାଇଥିଲେ । ଏହାକୁ ନେଇ ମହିଳା ଟ୍ରାଫିକଙ୍କ ବୁଦ୍ଧି ଓ ମହାନତା ପାଇଁ ଚାରି ଆଡୁ ପ୍ରଶଂସା କରାଯାଇଛି ଏହାସହ ପୋଲିସ କମିଶନର ମଧ୍ୟ ମହିଳା ଟ୍ରାଫିକ ପୋଲିସଙ୍କ ସହ କଥା ହୋଇ ସବାସୀ ଦେଇଛନ୍ତି ।

Leave a Reply