spot_img

Latest Posts

ପିତା ବିକନ୍ତି କ୍ଷୀର, ପୁଅ IPLର ଷ୍ଟାର

ନୂଆଦିଲ୍ଲୀ: କ୍ଷୀର ବିକାଳି ପୁଅ ଏବେ IPL ଷ୍ଟାର। ବାପା କ୍ଷୀର ବିକନ୍ତି ଆଉ ପୁଅ iplରେ ଧମାଲ ମଚାଉଛନ୍ତି। ଚେନ୍ନାଇ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ପାଇଁ ଡେବ୍ୟୁ କରିଥିବା ବୈଭବ ଅରୋରା ପ୍ରଥମ ମ୍ୟାଚରେ ୪ ଓଭରରେ ୨୧ ରନ୍ କରି ନିଜର ପ୍ରତିଭା ପ୍ରମାଣ କରିଛନ୍ତି। ସେ ମଇନ ଅଲ୍ଲି ଓ ଉତ୍ଥାପାଙ୍କ ଭଳି ଖ୍ୟାତନାମା ବ୍ୟାଟ୍ସମ୍ୟାନଙ୍କ ଓ୍ୱିକେଟ୍‌ ନେଇଥିଲେ। ତେବେ IPL ପର୍ଯ୍ୟନ୍ତ ପହଞ୍ଚିବାକୁ ତାଙ୍କୁ  ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ସୂଚନାଯୋଗ୍ୟ ଭଲ ପ୍ରଦର୍ଶନ ସତ୍ତ୍ୱେ ପଞ୍ଜାବ ରଣଜୀ ଦଳରେ କେବେ ବି ସୁଯୋଗ ପାଇ ନଥିଲେ ବୈଭବ।

ବୈଭବ  କ୍ରିକେଟ୍ ଛାଡ଼ି  କୌଣସି ସ୍ଥାନରେ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲେ | ଏହି ସମୟରେ ବୈଭବଙ୍କ କୋଚ୍ ରବି ବର୍ମା ତାଙ୍କୁ ହିମାଚଳ ପ୍ରଦେଶରେ କ୍ରିକେଟ ଖେଳିବାକୁ ଉପଦେଶ ଦେଲେ। ୨୦୧୯ ଓ ୨୦ ରଣଜୀ ସିଜିନରେ ସେ ହିମାଚଳ ପ୍ରଦେଶ ଟିମରୁ ଖେଳି ସର୍ବାଧିକ ଓ୍ୱିକେଟ୍‌ ନେଇଥିଲେ। ତାଙ୍କର ପ୍ରଦର୍ଶନ ଦେଖି ଆଇପିଏଲର ମେଗା ନିଲାମରେ ପଞ୍ଜାବ କିଙ୍ଗସ ବୈଭବଙ୍କୁ ୨ କୋଟି ଟଙ୍କାରେ କ୍ରୟ କରିଥିଲା। ତାଙ୍କର ବେସ୍‌  ପ୍ରାଇସ ୨୦ ଲକ୍ଷ ଟଙ୍କା ଥିଲା | ଏହାପୂର୍ବରୁ  ୨୦୨୧ ମସିହାରେ କୋଲକାତା ନାଇଟ୍ ରାଇଡର୍ସ ବୈଭବଙ୍କୁ  ୨୦ ଲକ୍ଷ ବେସ୍‌  ପ୍ରାଇସରେ କିଣିଥିଲା। କିନ୍ତୁ କେକେଆରରେ ସେ ଖେଳିବାର ସୁଯୋଗ ପାଇ ନଥିଲେ।

 ବୈଭବ ଅମ୍ବାଲାର ପଞ୍ଜାବୀ କଲୋନୀରେ ରୁହନ୍ତି | ତାଙ୍କ ପିତା ଗୋପାଳ କୃଷ୍ଣଙ୍କର ଏକ  କ୍ଷୀର ଦୋକାନ ଅଛି। ସେଠାରେ ପ୍ରତ୍ୟେକ ଦିନ ତାଙ୍କ ବାପା କ୍ଷୀର ବିକ୍ରି କରି ପରିବାରର  ଗୁଜୁରାଣ ମେଣ୍ଟାନ୍ତି। ବେଳେବେଳେ ବୈଭବ ମଧ୍ୟ ବାପାଙ୍କୁ କ୍ଷୀର ବିକ୍ରିରେ ସାହାଯ୍ୟ ମଧ୍ୟ କରିଥାନ୍ତି।  ବୈଭବଙ୍କର ଦୁଇ ଭାଇ ଅଛନ୍ତି। ସାନଭାଇ ମଧ୍ୟ କ୍ରିକେଟ ଖେଳୁଛନ୍ତି।

କୋଚ୍‌ ରବି ଶର୍ମାଙ୍କ କହିବା ହେଉଛି ପଞ୍ଜାବ ରଣଜୀ ଦଳରେ ସୁଯୋଗ ନମିଳିବାରୁ ବୈଭବଙ୍କ ଘର ଲୋକ ତାଙ୍କୁ କ୍ରିକେଟରୁ ବିଦାୟ ନେବାକୁ କହି ଦେଇଥିଲେ । କିନ୍ତୁ ନିଜେ ରବି ବୈଭବଙ୍କ ବାପାଙ୍କ ସହିତ ଏହି ବିଷୟରେ ଆଲୋଚନା କରିଥିଲେ ଏବଂ ଆଉ କିଛି ସମୟ ଦେବାକୁ କହିଥିଲେ । କାରଣ ଏତେ ବର୍ଷର ତପସ୍ୟା ବୃଥା ହୋଇଯାଉ ଏହା ରବି ଚାହୁଁ ନଥିଲେ । ସେ ବୈଭବଙ୍କୁ ଜଣେ ଭଲ ଖେଳାଳି ଭାବରେ ଦେଖିବାକୁ ଚାହୁଁଥିଲେ । ତେବେ ଅକ୍ଲାନ୍ତ ପରିଶ୍ରମ ପରେ ତାଙ୍କୁ  ହିମାଚଳର ରଣଜୀ ଦଳରେ ସ୍ଥାନ ମିଳିଥିଲା ।

Latest Posts

Don't Miss