ପାଳିକିଆ ପାଇଁ ପର କଲେ ପୁଅ, ସ୍କୁଲ୍ ବାରଣ୍ଡାରେ କଟୁଛି ବୃଦ୍ଧ ବାପାର ଦିନରାତି

Father Neglected By Two Son, Spending Days In School Veranda

ଯାଜପୁର: ପରିଣତ ବୟସରେ ଅଲୋଡ଼ା ହୋଇ ଜନ୍ମ କଲା ବାପା । ସବୁ ସମ୍ପର୍କ କାଟି ଘରୁ ତଡ଼ି ଦେଇଛନ୍ତି ପୁଅବୋହୂ । ବଳ ବୟସ ଚାଲିଗଲାଣି । ଅଣ୍ଟା ସଳଖି ଠିଆ ହେବା ବି କଷ୍ଟକର । ଯେଉଁ ବୟସରେ ବୋହୂ ପରସା ଖାଇ ଘରେ ନାତି ନାତୁଣୀଙ୍କ ସହ ଖେଳିବା କଥା, ସେଇ ବୟସରେ ଅସହାୟ ଭାବେ ସ୍କୁଲ ବାରଣ୍ଡାରେ ଭୋକ ଉପାସରେ ପଡ଼ି ରହିଛନ୍ତି ବୃଦ୍ଧ ।

Father Neglected By Two Son, Spending Days In School Veranda

ନୁଖୁରା କେଶ ସାଙ୍ଗକୁ ଅନବନା ଦାଢ଼ି । ମଳିନ ପଡ଼ିଥିବା ଲୁଙ୍ଗି ସହ ଖଣ୍ଡେ ଗଞ୍ଜି । ବଳ ନଥିବା ଶରୀରରେ ଆଖିରୁ ଝରି ଆସୁଛି ଅସରନ୍ତି, ଅକୁହା ଲୁହ । ଏ ଲୁହ ଏକ ଅସହାୟ ବାପାର । ଯିଏ ବୟସ ଆଗରେ ନୁହେଁ ବରଂ ପୁଅଙ୍କ ପାଳିକିଆ ହିସାବ ଆଗରେ ହାରି ଯାଇଛି । ୭୫ ବର୍ଷର ଏ ବୃଦ୍ଧା ଜଣଙ୍କ ହେଉଛନ୍ତି  ଯାଜପୁର ଜିଲ୍ଲା କୋରାଇ ବ୍ଲକ ବଣିଆଗଡ଼ିଆ ଗାଁର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ । ୨ ପୁଅ ଓ ୨ ଝିଅ ଜନ୍ମ କରି ମଧ୍ୟ ସେ ଆଜି ସ୍କୁଲ ବାରଣ୍ଡାରେ ଦିନ କାଟୁଛନ୍ତି । ଗତ ୫ ମାସ ହେଲା ଭୋକ ଉପାସରେ ଏଇଠି ରହି ଆସୁଛନ୍ତି ପୂର୍ଣ୍ଣଚନ୍ଦ୍ର ।

Father Neglected By Two Son, Spending Days In School Veranda

ଦୁଇ ପୁଅ ଅଲଗା ହେବା ପରେ ବାପାଙ୍କୁ ପାଳି କରି ରଖୁଥିଲେ ।  ଇଛା ହେଲେ ଖାଇବାକୁ ଦିଅନ୍ତି, ନହେଲେ ନାହିଁ । ପ୍ରଥମେ ସାନ ପୁଅ ରଖିଥିବା ବେଳେ ବଡ଼ ଭାଇର ବି କର୍ତ୍ତବ୍ୟ ଅଛି କହି ଛାଡ଼ି ଯାଇଥିଲେ । ହେଲେ ସେ ବି ଶେଷରେ ବାପାଙ୍କୁ ପର କରି ଦେଲା । ପାଳିକିଆ ହିସାବରେ ପୁଅଙ୍କ ପାଖରୁ ପର ହେଲା ପରେ ଏବେ ପରିଣତ ବୟସରେ ସ୍କୁଲରେ ସାହାରା ନେଇଛନ୍ତି ପୂର୍ଣଚନ୍ଦ୍ର । ମାସକୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମିଳୁଥିବା ୫୦୦ ଟଙ୍କାରେ ବିତୁଛି ଜୀବନ ।

Leave a Reply