ପିଲାଙ୍କ ପାଠ ପଢ଼ା ପାଇଁ ଭିନ୍ନକ୍ଷମ ବାପା କରୁଛନ୍ତି ସଂଘର୍ଷ , ସାହାର୍ଯ୍ୟ ଆଶାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ନନ୍ଦିଘୋଷ ବ୍ୟୁରୋ: ନିଜ ପିଲାଙ୍କ ପାଠ ପଢ଼ା ପାଇଁ ଭିନ୍ନକ୍ଷମ ବାପା କରୁଛନ୍ତି ଅସମ୍ଭବ ସଙ୍ଘର୍ଷ । ଦୂର୍ଘଟଣାରେ ନିଜ ଗୋଡ ହରାଇବା ପରେ ଏବେ ତାଙ୍କୁ ଲାଗିଛି ପିଲାଙ୍କ ପାଠପଢ଼ା ଚିନ୍ତା । ଏ ଅଫିସରୁ ନେ ଅଫିସ ଦୈାଡିବା ପରେ ଏବେ ଜିଲ୍ଲ।ପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲାର ଧନଞ୍ଜୟ ମେହେର । ପିଲାଙ୍କ ପାଠପଢାରେ ସହାୟତା ପାଇଁ ସମସ୍ତଙ୍କୁ ନେହୁରା ହୋଇଛନ୍ତି ଧନଞ୍ଜୟ।

ଗୋଡରେ ଲାଗିଛି ପ୍ଲାଷ୍ଟିକ ସପୋର୍ଟ । ଛୋଟେଇ ଛୋଟେଇ ଚାଲୁଛନ୍ତି । ପିଲାଙ୍କ ପାଠପଢାରେ ସହାୟତା ପାଇଁ ସମସ୍ତଙ୍କୁ ନେହୁରା ହେଉଛନ୍ତି ବଲାଙ୍ଗୀର ତୁରୋଇକେଲାର ଧନଞ୍ଜୟ ମେହେର । ୨୦୨୦ ମସିହାରେ ବାଇକ ଦୁର୍ଘଟଣାରେ ହରାଛନ୍ତି ନିଜ ଗୋଡ । ଭିନ୍ନକ୍ଷମ ଭତା ବାବଦକୁ ପାଉଛନ୍ତି ମାତ୍ର ୧୨୦୦ ଟଙ୍କା । ହେଲେ ଘରେ ଅଛନ୍ତି ଦୁଇ ଝିଅ ଆଉ ଗୋଟିଏ ପୁଅ। ଝିଅ ଯୁକ୍ତ ଦୁଇରେ ଆଡମିଶନ କରିବ। ହେଲେ ବାଧକ ସାଜିଛି ଅର୍ଥ । ଏ ଅଫିସରୁ ସେ ଅଫିସକୁ ଧାଇଁ ସେ ନୟାନ୍ତ ହେଲେଣି। ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସହାୟତା ପାଇଁ ନିବେଦନ କରିଛନ୍ତି।

ଧନଞ୍ଜୟଙ୍କ ଦୁର୍ଦ୍ଦଶା ଦେଖି ଜିଲ୍ଲା ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟଳେୟରେ ପହଞ୍ଚିଥିଲା ନନ୍ଦିଘୋଷ ଟିମ୍ । ଆଉ ସେଉଠୁ ମିଳିଥିଲା ନିର୍ଭରଯୋଗ୍ୟ ପ୍ରତିଶୁତି। ଭିନ୍ନକ୍ଷମ ପରିଚୟ ପତ୍ର ଆଧାରରେ ଧନଞ୍ଜୟଙ୍କ ଝିଅର ଆଡମିଶନ ବାବଦକୁ ୫୦ହଜାର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ଅଧିକାରୀ ।