ନଦୀପଠାରୁ ମିଳିଲା ନିଖୋଜ ପୁଅର ମୃତଦେହ, ଶ୍ବଶୂର ଘରକୁ ଦୋଷ ଦେଲେ ବାପା

ଭୁବନେଶ୍ବର: ନିଖୋଜ ପୁଅକୁ ଖୋଜି ଖୋଜି ଭୁବନେଶ୍ୱରରେ ବୃଦ୍ଧ ବାପା  । ଥାନା ବାରଣ୍ଡାରେ କାନ୍ଦି କାନ୍ଦି ନ୍ୟାୟ ପାଇଁ ପୋଲିସକୁ ଗୁହାରି କରୁଛନ୍ତି ବାପା  । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପୁଅକୁ ନ୍ୟାୟ ମିଳୁ ବୋଲି ପୋଲିସ ନିକଟରେ ଦାବି କରିଛନ୍ତି ଯାଜପୁର ସିଂହପୁରର ଅବସରପ୍ରାପ୍ତ ଅଧାପକ ଭାଗ୍ୟରଥୀ ପୃଷ୍ଟି  ।

ଗତ ୨୬ ତାରିଖରେ ଭୁବନେଶ୍ୱରରୁ ପୁଅ ସୁବାଶିଷ ପୃଷ୍ଟିଙ୍କୁ ଶେଷଥର ପାଇଁ କାମ କରୁଥିବା କମ୍ପାନୀର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା  ।

ସେବେଠାରୁ ସୁବାଶିଷଙ୍କୁ ଦେଖିବାକୁ ମିଳି ନଥିବା ବେଳେ, ଥାନାରେ ଅପହରଣ ହୋଇଥିବା ନେଇ ଅଭିଯୋଗ କରିଥିଲେ ବାପା ଭାଗିରଥି  ।

ଅନ୍ୟପଟେ ଅସ୍ତରଙ୍ଗ ଅଞ୍ଚଳ ଅସନ ଗାଁ ନଦୀପଠାରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି  । ଏହି ମୃତଦେହ କାହାର ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି  । ଏପଟେ ମୃତଦେହଟି ତାଙ୍କ ପୁଅର ବୋଲି ଦାବି କରିଛନ୍ତି ଭାଗିରଥୀ  ।

ପୁଅର ଶ୍ବଶୁର ଘର ଲୋକେ ତାକୁ ମାନସିକ ଚାପ ଦେଇ ଚାଲିଥିଲେ । ଯୋଜନାବଦ୍ଧ ଭାବେ ପୁଅକୁ ହତ୍ୟା କରାଯାଇଛି ବୋଲି ଦାବି କରିଛନ୍ତି ବାପା ଭାଗିରଥୀ  ।