ସ୍ତ୍ରୀ ଆଗରେ ସ୍ବାମୀର ଅଭିଯୋଗ, ମୋତେ ମହିଳା ନୁହେଁ ପୁରୁଷ ଦରକାର..

ନନ୍ଦିଘୋଷ ବ୍ୟୁରୋ: ସ୍ବାମୀ ସ୍ତ୍ରୀର ସମ୍ପର୍କ ଏକ ପବିତ୍ର ସମ୍ପର୍କ । ତେବେ ସ୍ତ୍ରୀ ସହ ସମ୍ପର୍କ ନରଖି ବାହାନା କରୁଥିଲା ସ୍ବାମୀ । ଶାରିରୀକ ସମ୍ପର୍କ ରଖିବାକୁ ସ୍ତ୍ରୀ ବାଧ୍ୟ କଲେ ସ୍ବାମୀ ବାହାନା କରି ଦୂରେଇ ଯାଉଥିଲେ । ଆଉ ଅଯଥାରେ ଶାଶୂଘର ଲୋକେ ବୋହୂକୁ ମାଡ଼ ମାରିବା ସହ ଯୌତୁକ ନିର୍ଯାତନା ଦେଉଥିଲେ । ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ । ଜଣେ ସମଲିଙ୍ଗୀ ଯୁବକଙ୍କୁ ତାଙ୍କ ପରିବାର ଲୋକେ ଯୌତୁକ ଲୋଭରେ ଜଣେ ଯୁବତୀଙ୍କ ସହ ବିବାହ କରାଇଥିଲେ । ଝିଅର ବାପା ବିବାହରେ ଭଲ ଯୌତୁକ ଦେବା ସାଙ୍ଗକୁ ସମୁଦାୟ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ମାତ୍ର ଝିଅ ସ୍ବାମୀ ସୁଖ ପରିବର୍ତ୍ତେ ନିର୍ଯାତନା ପାଉଥିବା ଅଭିଯୋଗ କରିଛି ।

ମହିଳା ଜଣକ ପ୍ରଥମେ ନିଜ ଶାଶୁଘର ଲୋକଙ୍କୁ ନିଜ ସ୍ବାମୀଙ୍କ ସମ୍ପର୍କରେ କହିଥିଲେ । ମାତ୍ର ସେମାନେ ଏକଥା ଶୁଣି ନଥିବାବେଳେ ମାଡ଼ ମାରି କଥାକୁ ଦବାଇ ଦେଇଥିଲେ । ପରେ ମହିଳା ଜଣକ ତାଙ୍କ ଘର ଲୋକଙ୍କୁ ଏସମ୍ପର୍କରେ ଜଣାଇଥିଲେ । ସେମାନେ ମଧ୍ୟ ଝିଅକୁ ଆଶ୍ବସନା ଦେବାସହ କହିଥିଲେ କି ସବୁକିଛି ଠିକ ହୋଇଯିବ । ମାତ୍ର ବିବାହ ୨୦୨୧ ମସିହାରେ ହୋଇଥିଲେ ସୁଦ୍ଧା ତାଙ୍କ ସ୍ବାମୀ ଦାମ୍ପତ୍ୟ ସୁଖ ଦେଇନାହାନ୍ତି । ଏଭଳି କି ହନିମୁନରେ ମଧ୍ୟ ସେମାନଙ୍କ ମଧ୍ୟ କୌଣସି ଶାରୀରିକ ସମ୍ପର୍କ ରହିନଥିବା ସେ ସେ ଅଭିଯୋଗ କରିଛନ୍ତି । ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିବାବେଳେ ଶାଶୁଘରର ୫ଜଣଙ୍କୁ ଗିରଫ କରାଯାଇଛି ।