ନନ୍ଦିଘୋଷ ବ୍ୟୁରୋ : ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା ।ଜଳେଶ୍ଵର ବଡମନ୍ଦାରୁଣୀ ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା। ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ଉପରେ ବର୍ଷିଲେ ଚାଷୀ । ଭୋଗରାଇ ବ୍ଳକ ବଡମନ୍ଦାରୁଣୀ ସେବା ସମବାୟ ସମିତିରେ ଗତ ବର୍ଷ ୭୦୦ ଚାଷୀ ପଞ୍ଜୀକରଣ କରିଥିଲେ । କିନ୍ତୁ ଚଳିତ ବର୍ଷ ସମବାୟ ସମିତିର ମନମାନି ନୀତି ଯୋଗୁଁ ମାତ୍ର ୩୦୦ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୪୦୦ ଚାଷୀ ପଞ୍ଜି କରଣରୁ ବାଦ ପଡିଛନ୍ତି । ୧୦ ରୁ ୧୫ ଦିନ ଭିତରେ ସମସ୍ତ ଚାଷୀଙ୍କ ପଞ୍ଜୀକରଣ କରିବାର ଥିଲା କିନ୍ତୁ ୩୦୦ ଚାଷୀଙ୍କ ପଞ୍ଚିକରଣ କରିଛନ୍ତି ସମବାୟ ସମିତିରେ । କିଛି ପ୍ରଭାବଶାଳୀ ଚାଷୀ ଙ୍କୁ ରାତି ଅଧିଆ ପଞ୍ଜୀକରଣ କରିଥିବା ବେଳେ ବହୁ ଚାଷୀ ବାଦ ପଡ଼ିଥିବା ଅଭିଯୋଗ ହୋଇଛି । ଯଥାଶିଘ୍ର ରାଜ୍ୟ ସରକାର ଚାଷୀଙ୍କ ନୂତନ ପଞ୍ଜୀକରଣ ଉପରେ ଧ୍ୟାନ ନ ଦେବେ ଆଗାମି ଦିନରେ ସମବାୟ ସମିତି ବନ୍ଦ କରିବା ସହିତ ଧାନ ବସ୍ତା ପକାଇ ରାସ୍ତା ଅବରୋଧ କରିବେ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସମବାୟ ସମିତିର ସମ୍ପାଦକ ସୁଶାନ୍ତ କୁମାର ଦାସ ଙ୍କୁ ପଚାରିବାରୁ କହିଛନ୍ତି ୧୦ ତାରିଖ ରୁ ୨୫ ତାରିଖ ମଧ୍ୟରେ ପଞ୍ଜୀକରଣ ପାଇଁ ସରକାରୀ ନିର୍ଦେଶ ଥିଲା । କିନ୍ତୁ ବ୍ଳକ୍ କାର୍ଯ୍ୟାଳୟକୁ ୧୨ ତାରିଖ ଦିନ ଡକାଗଲା ଟ୍ରେନିଂ ଦେବା ପାଇଁ । କମ୍ପୁଟରରେ ସାଇଟ ଖୋଲିଲା ୧୫ ତାରିଖରୁ । ତେଣୁ ୧୫ ତାରିଖ ପାଖରୁ ଆମେ ଫର୍ମ ଦେବା ଆରମ୍ଭ କଲୁ ଏହାରି ଭିତରେ ୬୦୦ ଚାଷୀ ପଞ୍ଜୀକରଣ କରଣ ପାଇଁ ଫୋର୍ମ ଦେଇଥିଲେ କିନ୍ତୁ ପଞ୍ଜିକରଣରେ ଜାଞ୍ଚ ହେବାରୁ କିଛି ଚାଷୀଙ୍କ ପେଣ୍ଡିଙ୍ଗ ରହିଛି । ୨୫ ତାରିଖ ଦିନ ସରକାରଙ୍କ ପକ୍ଷରୁ ପଞ୍ଜିକରଣ ବନ୍ଦ ହେଇଯିବାରୁ ଚାଷୀଙ୍କ ପଞ୍ଜିକରଣ ହେଇ ପାରିନି ।

