କୃଷି ଆଇନକୁ ନେଇ ଆଜି ଶୁଣାଣି, କ’ଣ ରହିବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି


ନୂଆଦିଲ୍ଲୀ: ଚାଷୀଙ୍କ ଆନ୍ଦୋଳନ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ | ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ଦାଏର ହୋଇଥିବା ୪ଟି ପିଟିସନ ନେଇ ଆଜି ଶୁଣାଣି କରିବେ ସୁପ୍ରମିକୋର୍ଟ । ଦିଲ୍ଲୀ ସୀମାରେ ଆନ୍ଦୋଳନ ଯୋଗୁ କରୋନା ସଂକ୍ରମଣ ବଢ଼ିବା ନେଇ କୋର୍ଟରେ ପିଟିସନ ଦାଏର ହୋଇଥିଲା । ଆଜି ଏହାର ଶୁଣାଣି କରିବା ସହ କୃଷି ଆଇନର ବୈଧତା ନେଇ ରାୟ ଶୁଣାଇବେ ଖଣ୍ଡପୀଠ ।

ଆନ୍ଦୋଳନକୁ ୪୮ଦିନ ବିତି ଥିଲେ ମଧ୍ୟ ଆଠ ଆଠ ଥରର ବୈଠକ ବିଫଳ ହୋଇଛି । କୃଷକ ସଂଗଠନ ଏବଂ ସରକାର ମଧ୍ୟରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେପଟେ ଏତେଦିନ ଧରି ରାଜରାସ୍ତାରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ନ୍ୟାୟାଳୟ । ଏନେଇ କେନ୍ଦ୍ର ସରକାରଙ୍କ ଉପରେ ସୋମବାର ବର୍ଷିଥିଲେ ସର୍ବୋଚ୍ଚ ଅଦାଲତ ।

ସ୍ବତନ୍ତ୍ର କମିଟି ଗଠନ କରି ଏହାର ସମାଧାନ ଲାଗି ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମାମଲାର ଶୁଣାଣି ଥିବାବେଳେ ସୁପ୍ରିମକୋର୍ଟ ଏ ନେଇ ରାୟ ଶୁଣାଇ ପାରନ୍ତି । ତେଣୁ ଦୀର୍ଘ ୪୮ ଦିନ ଧରି ଜାରି ଥିବା ଆନ୍ଦୋଳନ ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତି ଉପରେ ରହିଛି ଦେଶର ନଜର ।

Leave a Reply