ଆଜି ଦେଶବ୍ୟାପୀ ରେଳରୋକ କରିବ ଭାରତୀୟ କିଷାନ ୟୁନିୟନ

ନୂଆଦିଲ୍ଲୀ: କେନ୍ଦ୍ର କୃଷିବିଲକୁ ବିରୋଧ କରି ଆଜି ଦେଶବ୍ୟାପୀ ରେଳ ରୋକ କରିବ ଭାରତୀୟ କିଶାନ ୟୁନିୟନ । ରେଳ ରୋକ ଆନ୍ଦୋଳନରୁ କୌଣସି ରାଜ୍ୟକୁ ବାଦ ଦିଆଯାଇନାହିଁ । ରେଳରୋକକୁ ଦୃଷ୍ଟିରେ ରଖି ଆରପିଏଫର ୨୦ ଅତିରିକ୍ତ କମ୍ପାନିକୁ ମୁତୟନ ହୋଇଛନ୍ତି । ରେଳରୋକ ପାଇଁ ପଶ୍ଟିମବଙ୍ଗ, ଉତ୍ତର ପ୍ରଦେଶ, ପଂଜାବ ଓ ହରିଆନାକୁ ଫୋକସରେ ରଖିଛି ବିକେୟୁ ।

ଏନେଇ ବିକେୟୁ ମୁଖପାତ୍ର ରାକେଶ ଟିକାଏତ ସୂଚନା ଦେଇଛନ୍ତି । କିଛି ଦିନ ତଳେ ହୋଇଥିବା ଚକା ଜାମ୍ ଆନ୍ଦୋଳନ ବେଳେ ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ବାଦ ଦିଆଯାଇଥିଲା । ତେବେ ରେଳରୋକରେ କୌଣସି ରାଜ୍ୟକୁ ରିହାତି ମିଳିବ ନାହିଁ ବୋଲି ଟିକାଏତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରେଳରୋକରେ ଗାଁ ଲୋକ ଅଧିକ ସଂଖ୍ୟାରେ ଯୋଗ ଦେବେ । କେନ୍ଦ୍ର ସରକାର ଗତ ୮ ମାସ ଧରି ସବୁ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେଉ ନାହାନ୍ତି କିନ୍ତୁ ଅନ୍ୟକ୍ଷେତ୍ରରେ କଟକଣା ଉଠାଇଛନ୍ତି ।

Leave a Reply