ସିଏଏ ହିଂସାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଲେଖାଏଁ ଟଙ୍କା

1 min read

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବଡ଼ ଘୋଷଣା । ପ୍ରେସ୍‌ମିଟ କରି ସେ କହିଛନ୍ତି ଯେ ସିଏଏ ହିଂସାରେ ସମସ୍ତ ହିନ୍ଦୁ ଏବଂ ମୁସଲମାନ କ୍ଷତିଗ୍ରସଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା କରାଯାଉଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତ୍ୟୁ ନାବାଳିକାର ପରିବାରକୁ ୫ ଲକ୍ଷ ଟଙ୍କା ଦିଆଯିବ।

ସେହିପରି ଆହତମାନଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି । ଯେଉଁମାନଙ୍କ ରିକ୍ସା ହିଂସାରେ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୨୫ ହଜାର, ଇ-ରିକ୍ସା ପାଇଁ ୫୦ ହଜାର ଦିଆଯିବ ।

ଯେଉଁମାନଙ୍କ ଘର ପୋଡ଼ି ଯାଇଛି ସେମାନଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ | ଏହା ବ୍ୟତୀତ ଯାହାର ଦୋକାନ ହିଂସାରେ ଜଳିଯାଇଛି ସେମାନଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରୀଓ୍ୱାଲ ।

Leave a Reply