ଗୁଣିଗାରେଡି ସନ୍ଦେହରେ ବାପା ପୁଅଙ୍କୁ ହତ୍ୟା ଅଭିଯୋଗ
1 min read
ଗଜପତି: ଅନ୍ଧବିଶ୍ୱାସକୁ ନେଇ ଦେଖାଦେଇଛି ପୁଣି ଏକ ଅଭାବନୀୟ ଘଟଣା । ଗୁଣିଗାରେଡିରେ ବିଶ୍ୱାସ ରଖୁଥିବା ଲୋକଙ୍କ ହାତରୁ ହେଉଛି ଅପରାଧ । ଗୁଣିଗାରେଡି ଆଜିର ସମୟରେ ବି ସେତିକି ସାଙ୍ଘାତିକ ରୂପ ଧାରଣ କରୁଛି । ପାଠ ପଢି ଉଚ୍ଚଶିକ୍ଷିତ ହେଉଥିବା ଏହି ସମୟରେ ଏବେ ବି ଅନ୍ଧବିଶ୍ୱାସର କଳା କାହାଣୀ ଦେଖିବାକୁ ମିଳୁଛି । ସେମିତି ଏକ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଗୁଲୁବା ମୁଗାଗୁଡା ଗାଁରେ । ଯେଉଁଠି ଗୁଣି ଗାରେଡି ସନ୍ଦେହରେ ବାପ ପୁଅଙ୍କର ହତ୍ୟା ହୋଇଛି । ବର୍ତ୍ତମାନ ଘଟଣା ସ୍ଥଳରେ ବାପ ପୁଅଙ୍କ ମୃତଦେହ ଜବତ କରିଛି ପୋଲିସ । ଅଭିଯୋଗ ଅନୁସାରେ, ମୃତ ବାପ-ପୁଅଙ୍କୁ ଗାଁର କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।