ବାଲେଶ୍ବର: ଭୁବନେଶ୍ବର ସହିଦନଗର ପୋଲିସ କବଜାରେ ଏବେ ନକଲି ଡାକ୍ତର ପ୍ରଭାସ ରାଜ । ବାଲେଶ୍ବରରୁ ଏହି ଷଷ୍ଠରୁ ନଷ୍ଟ ଯୁବକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ପ୍ରଭାସର ଘର କଟକ ଜିଲ୍ଲା ବଡମ୍ବା ଥାନା ଅଞ୍ଚଳରେ ବୋଲି ସୂଚନା ମିଳିଛି । ଫେସବୁକରେ ନିଜକୁ MKCG ମେଡିକାଲର ଡାକ୍ତରର ପରିଚୟ ଦେଉଥିଲା ଏହି ପ୍ରେମିକ ପ୍ରବର ରସିକ ନାଗର । ଆଉ ଟାର୍ଗେଟରେ ଥିଲେ ସୁନ୍ଦରୀ ଯୁବତୀ ।

ଗୋଟିଏ ପରେ ଗୋଟିଏ ଝିଅଙ୍କୁ ପ୍ରେମ ଜାଲରେ ଫସାଇ ଅଭିନବ ଉପାୟରେ ସେମାନଙ୍କୁ ଲୁଟୁଥିଲା ଅଭିଯୁକ୍ତ । ସପିଂ ବାହାନାରେ ପ୍ରେମିକାଙ୍କଠୁ ପର୍ସ ସହିତ ମୋବାଇଲ ଧରି ଚମ୍ପଟ ମାରୁଥିଲା ପ୍ରଭାସ । ପୂର୍ବରୁ ଏକାଧିକ ଥର ଜେଲ୍ ଯାଇଥିଲେ ମଧ୍ୟ ପ୍ରଭାସର ଅପରାଧ ମନୋବୃତ୍ତି ବଦଳିନଥିଲା । ଆଉ ଏବେ ଅଭିଯୁକ୍ତକୁ ଗିରଫ କରି ଜେଲ୍ ପଠାଇଛି ସହିଦ ନଗର ପୋଲିସ । ପ୍ରଭାସ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

Leave a Reply