ମାଲକାନଗିରିରେ ନକଲି ଡାକ୍ତର, ବିନା ଲାଇସେନ୍ସରେ ଚଳାଇଥିଲେ ଚିକିତ୍ସା

ମାଲକାନଗିରି: ତିନି କ୍ୱାକ୍ ଡାକ୍ତର ଗିରଫ । ମାଲକାନଗିରି ଜିଲ୍ଲା କାଲିମେଳାରୁ ତିନି ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ଗିରଫ ନକଲି ଡାକ୍ତର ହେଲେ ପରେସ ବାୱାଲି, ଶଶାଙ୍କ ପାଇକ ଓ ସଚିନ ପରାମାନିକ । ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ସରକାରୀ ଡାକ୍ତର କହି ଭୁଆଁ ବୁଲାଉଥିଲେ ଏହି କ୍ବାକ୍ ଡାକ୍ତର । ବିନା ଲାଇସେନ୍ସରେ ଚିକିତ୍ସା କରିବା ସହ ଲୋକଙ୍କ ଜୀବନ ସହ ଖେଳୁଥିଲେ । ମାଲକାନଗିରି ଏସପିଙ୍କ ନିର୍ଦେଶ କ୍ରମେ ନିଜଆଡୁ ମାମଲା ରୁଜୁ କରି ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଏହା ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣର ମେଡ଼ିସିନ ଜବତ କରିଛି ।

ମାଲକାନଗିରି ଭଳି ଅଞ୍ଚଳରେ ଲୋକଙ୍କୁ ଭ୍ରମିତ କରି ସରକାରୀ ଡାକ୍ତରର ପରିଚୟ ଦେଇ ଆସୁଥିଲେ ଏହିମାନେ  । ଫଳରେ ସାଧାରଣ ଲୋକମାନେ ମଧ୍ୟ ଭରସା ଜୁଟାଇଥିଲେ  । କିନ୍ତୁ ପରେ ଜଣାପଡିଥିଲା ଯେ ଏହି ଡ଼ାକ୍ତରମାନଙ୍କ ପାଖରେ ଲାଇସେନ୍ସ ନାହିଁ  । ଏବଂ ଏମାନେ ସତରେ ଡାକ୍ତର ନୁହଁନ୍ତି  । ହଂର ସାଧାରଣ ଲୋକଙ୍କୁ ଭ୍ରମିତ କରି ଣେଡିସିନ ଦେଉଥିଲେ  । ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଥିଲେ ବୋଲି ଜଣାପଡିଛି  । ଏନେଇ ପ୍ରଶାସନ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି  ।

Leave a Reply